ETV Bharat / state

ଲକ୍ଷାଧିକ ଟଙ୍କା ସହ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ - ଫାଇନାନ୍ସ ଟଙ୍କା ଲୁଟ

କେନ୍ଦୁଝର ଜିଲ୍ଲାରେ ପାଟଣା ପୋଲିସ ଲକ୍ଷାଧିକ ଟଙ୍କା ସହ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ । ଦୁର୍ବୃତ୍ତ ଲୁଟିଥିବା ବାହାନା କରି ନିଜେ ଲୁଟି ନେଇଥିଲା ଫାଇନାନ୍ସ ଟଙ୍କା । ପୋଲିସ ଖୋଳତାଡ କରି ଫାଇନାନ୍ସ କର୍ମଚାରୀକୁ ଗିରଫ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 18, 2019, 7:19 PM IST

କେନ୍ଦୁଝର: ପାଟଣା ଥାନା ପକ୍ଷରୁ ଏକ ଫାଇନାନ୍ସ କମ୍ପାନୀର ଜନୈକ କର୍ମଚାରୀକୁ ଗିରଫ କରାଯାଇଛି । ଏହା ସହ କର୍ମଚାରୀଙ୍କ ଠାରୁ ଲକ୍ଷେ ପଚାଶ ହଜାର ଟଙ୍କା, ମୋବାଇଲ ସହ ଅନାନ୍ୟ କାଗଜ ପତ୍ର ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ ଅଜୟ କୁମାର ସାହୁ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଥିଲେ । ଗତ ୧୬ ତାରିଖରେ ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ଅଞ୍ଚଳରୁ ଫାଇନାନ୍ସ ଟଙ୍କା ଲୋକଙ୍କ ଠାରୁ ଆଦାୟ କରି ଫେରୁଥିଲେ । ଏହି ସମୟରେ ତାଙ୍କଠାରୁ କିଛି ଦୁର୍ବୁତ୍ତ ଆଦାୟ ଟଙ୍କାକୁ ଛଡ଼ାଇ ନେଇଥିବା ଅଜୟ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଖୋଳତାଡରୁ ଜାଣିବାକୁ ପାଇଥିଲା ଯେ ଅଜୟ ସାହୁ ଆଦାୟ ଟଙ୍କା ନିଜର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲା । ପାଟଣା ଥାନାରେ ଡକାୟତି ହୋଇଥିବା ମିଛ ଅଭିଯୋଗ କରିଥିଲା । ପାଟଣା ପୋଲିସ କମ୍ପାନୀର କର୍ମଚାରୀ ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଲକ୍ଷାଧିକ ଟଙ୍କା ସହ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫBody:ଆଙ୍କର - ଆଜି ପାଟଣା ଥାନା ପକ୍ଷରୁ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀକୁ ଗିରଫ କରାଯାଇଛି । ଏହା ସହ ଉକ୍ତ କର୍ମଚାରୀଙ୍କ ଠାରୁ ଲକ୍ଷେ ପଚାଶ ହଜାର ଟଙ୍କା, ମୋବାଇଲ ସହ ଅନାନ୍ୟ କାଗଜ ପତ୍ର ଜବତ କରାଯାଇଛି । ଉକ୍ତ କର୍ମଚାରୀ ଜଣକ ହେଲେ ଅଜୟ କୁମାର ସାହୁ ସେ ଭାରତ ଫାଇନାନ୍ସ କମ୍ପାନୀ ରେ କାର୍ଯ୍ୟରତ ଥିଲେ । ପ୍ରକାଶ ଯେ ଉକ୍ତ କର୍ମଚାରୀ ଜଣକ ଗତ ୧୬ ତାରିଖରେ ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ଅଞ୍ଚଳ ରୁ ଫାଇନାନ୍ସ ଟଙ୍କା ଲୋକଙ୍କ ଠାରୁ ଆଦାୟ କରି ଫେରୁଥିଲେ । ଏହି ସମୟରେ ତାଙ୍କଠାରୁ କିଛି ଦୁର୍ବୁତ୍ତ ଆଦାୟ ଟଙ୍କା କୁ ଛଡ଼ାଇ ନେଇଥିବା ଥାନା ରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ରୁ ଜାଣି ପାରିଥିଲା ଯେ ଅଜୟ ସାହୁ ଉକ୍ତ ଆଦାୟ ଟଙ୍କା ନିଜର ସମ୍ପର୍କୀୟଙ୍କ ଘରେ ଲୁଚାଇ ଡକାୟତି ହୋଇଥିବା ମିଛ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ପାଟଣା ପୋଲିସ ଅଜୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.