ETV Bharat / state

ଧାନ ବିକ୍ରି କରି ନପାରି ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ମଣ୍ଡିରେ ଧାନ ବିକ୍ରି କରିନପାରି ଜିଲ୍ଲାପାଳ ଅଫିସ ଘେରିଥିଲେ କେନ୍ଦୁଝର ଜିଲ୍ଲା ପଳାସପଙ୍ଗା ଲ୍ୟାମ୍ପର ଶହ ଶହ ଚାଷୀ । ଅଧିକ ପଢନ୍ତୁ...

author img

By

Published : Mar 12, 2020, 5:20 PM IST

Farmers surrounded collector office for unable to sell paddy in mandi
ଧାନ ବିକ୍ରି କରି ନପାରି ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

କେନ୍ଦୁଝର: ପଳାସପଙ୍ଗା ଲ୍ୟାମ୍ପରେ ଶହ ଶହ ଚାଷୀ ଟୋକନ ପାଇଁ ମୋବାଇଲରେ ମେସେଜ ଆସିନଥିବାରୁ ନିଜର ଧାନ ବିକ୍ରି କରି ପାରୁନାହାନ୍ତି। ଏନେଉ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନ ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଯାହାକୁ ପ୍ରତିବାଦ କରି ଗୁରୁବାର ଜିଲ୍ଲାପାଳ ଅଫିସ ଘେରିଥିଲେ କେନ୍ଦୁଝର ଜିଲ୍ଲା ପଳାସପଙ୍ଗା ଲ୍ୟାମ୍ପର ଶହ ଶହ ଚାଷୀ । ଏଥିସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଚାଷୀ କହିବାନୁସାରେ, ସରକାରୀ ନୀତି ନିୟମ ଅନୁଯାୟୀ ଧାନ ବିକ୍ରି କରିବାକୁ ସମସ୍ତ କାମ କରିଛୁ । ଏବେ ବିକ୍ରି କରିବା ସମୟରେ ଚାଷୀଙ୍କ ଧାନ ଉଠିପାରିବ ନାହିଁ ବୋଲି ଲ୍ୟାମ୍ପ ଅଧିକାରୀ କହିଛନ୍ତି । ଯାହାକୁ ବିରୋଧ କରି ଚାଷୀମାନେ ଜିଲ୍ଲାପାଳ ଅଫିସ ଘେରିଛନ୍ତି । ଚାଷୀ ଏହା ମଧ୍ୟ କହିଛନ୍ତି ଯେ, ଲ୍ୟାମ୍ପର ଜଣେ କାର୍ଯ୍ୟରତ ଅଧିକାରୀ ଭୂଲ କାଗଜପତ୍ର ଦେଖାଇ ନିଜେ , ନିଜ ପୁଅ ଓ ସ୍ତ୍ରୀ ନାମରେ 3-3ଥର ୫୦୦ କ୍ବିଣ୍ଟାଲରୁ ଅଧିକ ଧାନ ବିକ୍ରି କରି ସାରିଲାଣି । ହେଲେ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଛନ୍ତି ।

ତେଣୁ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ସେପଟେ ଚାଷୀଙ୍କ ପକ୍ଷରୁ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.