ETV Bharat / state

ବର୍ଷା ନାହିଁ ଜମି ଫାଟ ଆଁ: ଚିନ୍ତାରେ ଚାଷୀ - ରେମାଳ ମେଗା ନଦୀବନ୍ଧ

ବର୍ଷାଦିନରେ ବର୍ଷା ଅଭାବରୁ ତଳି ଶୁଖିଯିବା ସହ ଜମି ଫାଟିଯାଇଛି । ଏପଟେ ଜମି ନିକଟରେ ଯାଇଛି କେନାଲ । ହେଲେ,ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଆସୁନି ପାଣି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବାଲିପାଳରୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ..

ବର୍ଷାକୁ ଅନାଇ ଚାଷୀ କୁଳ ହତାଶ
ବର୍ଷାକୁ ଅନାଇ ଚାଷୀ କୁଳ ହତାଶ
author img

By

Published : Aug 7, 2020, 2:44 PM IST

ଆନନ୍ଦପୁର: ଶ୍ରାବଣ ମାସ ଶେଷ ହୋଇଗଲା। ହେଲେ, ଶ୍ରାବଣରେ ଆସିଲାନି ମୌସୁମୀ । ବର୍ଷାଦିନରେ ବର୍ଷା ଅଭାବରୁ ତଳି ଶୁଖିଯିବା ସହ ଜମି ଫାଟିଯାଇଛି । ଏପଟେ ଜମି ନିକଟରେ ଯାଇଛି କେନାଲ । ହେଲେ,ରକ୍ଷଣାବେକ୍ଷଣ ଅଭାବରୁ କେନାଲରେ ଆସୁନି ପାଣି । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ବାଲିପାଳରୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବାଲିପାଳ ଗାଁ। ଗତ କିଛିଦିନ ହେବ ଜମିରେ ତଳି ପକାଇ ବର୍ଷାକୁ ଚାହିଁ ବସିଥିଲେ ଚାଷୀ । ତଳିରୁଆ ପାଇଁ ଅପେକ୍ଷା କରିଥିବା ଚାଷୀ ବର୍ଷା ନହେବାରୁ ହତାଶ ହୋଇ ପଡିଛନ୍ତି । ଅନେକ ସ୍ଥାନରେ ତଳି ଶୁଖି ଯାଇଥିବା ବେଳେ କିଛି ସ୍ଥାନରେ ଜମି ଫାଟି ଯାଇଛି । ଚାଷଜମି ନିକଟରେ କେନାଲ ଥାଇ ସୁଦ୍ଧା କେନାଲରେ ପାଣି ଆସୁ ନଥିବାରୁ ଚାଷୀଙ୍କର ଚିନ୍ତା ବଢିଯାଇଛି ।

ବର୍ଷାକୁ ଅନାଇ ଚାଷୀ କୁଳ ହତାଶ

1980 ମସିହାରେ 25 କିଲୋମିଟର ପରିଧିରେ 5ଟି ପଞ୍ଚାୟତର ଚାଷୀଙ୍କର 4ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମିରେ ଜଳସେଚନ ପାଇଁ ଆରମ୍ଭ ହୋଇଥିଲା ରେମାଳ ମେଗା ନଦୀବନ୍ଧ ଯୋଜନା । ହେଲେ, ରକ୍ଷଣାବେକ୍ଷଣ ଅଭାବରୁ ଏହାର 7କିଲୋମିଟର ବ୍ୟାପି ଦକ୍ଷିଣ କେନାଲରେ 3ଟି ପଞ୍ଚାୟତର ଶତାଧିକ ଚାଷୀଙ୍କ ଜମିରେ ମାଡୁନି ପାଣି । ଅଧାରୁ ଅଧିକ ଚାଷଜମି ପଡିଆ ପଡୁଛି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରି ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି । କେନାଲରେ ପାଣି ମାଡୁ ନଥିବା ସମ୍ପର୍କରେ ଅବଗତ ନଥିବା କହିଥିବା ବେଳେ ଚାଷୀଙ୍କୁ ଯଥାଶୀଘ୍ର ପାଣି ଯୋଗାଇ ଦିଆଯିବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.