କେନ୍ଦୁଝର: ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟରେ ଟଙ୍କା ନ ପାଇ ଅଫିସ ଘେରିଲେ ଚାଷୀ । କେନ୍ଦୁଝର ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଝୁମ୍ପୁରା ବ୍ଲକ ବାଲିପସି, ସୀତାରାମପୁର, ଗୋବିନ୍ଦପୁର ଆଦି ଗ୍ରାମରେ ଜଳବିଭାଜିକା କାର୍ଯ୍ୟ କରାଯାଇଥିଲା ।
ଉକ୍ତ କାର୍ଯ୍ୟ ପରେ ବିଭାଗୀୟ ଅଧିକାରୀ ଓ ଜଳ ବିଭାଜିକା କମିଟିର ସଭାପତି, ସମ୍ପାଦକ ସମସ୍ତ ଚାଷୀଙ୍କ ଠାରୁ ବିଭିନ୍ନ ଦରକାରୀ କାଗଜପତ୍ର ନେଇଥିଲେ । କହିଥିଲେ ସମସ୍ତଙ୍କ ପାସବୁକ୍କୁ ଟଙ୍କା ଆସିବ ବୋଲି କିନ୍ତୁ ଦୀର୍ଘଦିନ ହେବ ଟଙ୍କା ପାସବୁକକୁ ନସିବାରୁ ଚାଷୀମାନେ କମିଟି ସଭାପତିଙ୍କୁ ପଚାରିଥିଲେ । କିନ୍ତୁ କମିଟି ସଭାପତି ଟଙ୍କା ଆସିନଥିବା କହି ଚାଷୀଙ୍କୁ ହତାଦର କରିବାରୁ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଚାଷୀ । ସେଠାରେ କିଛି ସୁଫଳ ନମିଳିବାରୁ ଆଜି ଶତାଧିକ ଚାଷୀ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଘେରାଉ କରିଥିଲେ । ଦୁର୍ନୀତି ତଦନ୍ତ କରିବା ନେଇ ଅଧିକାରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଥିଲେ ଚାଷୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ