ଆନନ୍ଦପୁର: କେତେକ ଚାଷୀ ସମବାୟ ସମିତି ମାଧ୍ୟମରେ ଦୁଇ ଦୁଇ ଥର ଧାନ ବିକ୍ରି କରି ସାରିଥିବାବେଳେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ସେବା ସମବାୟ ସମିତିର ଅନେକ ଚାଷୀ ବର୍ତ୍ତମାନ ସୁଦ୍ଧା ଟୋକନ ପାଇନାହାଁନ୍ତି । ଯାହାକୁ ନେଇ ଚାଷୀମାନେ ଦ୍ଵନ୍ଦରେ ଥିବାବେଳେ ହତାଶ ହୋଇ ଶେଷରେ ଚାଷୀମାନେ ସୋମବାର ସମବାୟ ସମିତିରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ତେବେ ପ୍ରଥମ ପର୍ଯ୍ୟାୟ ଧାନକିଣା ସରିବାକୁ ବସିଥିବା ବେଳେ ସମବାୟ ସମିତିର ଚଞ୍ଚକତା ଯୋଗୁଁ ଚାଷୀ ହଇରାଣ ହେଉଥିବା ଏହି ଆନ୍ଦୋଳନରେ ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ସୋସାଇଟି ମାଧ୍ୟମରେ ଟୋକନ ଜେନେରେଟ ବ୍ୟବସ୍ଥା ଚାଲିଛି ଏବଂ ଟୋକନ ଆସି ନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ଆମେ ଉଚ୍ଚ ଅଧିକାରୀଙ୍କୁ ଖୁବଶୀଘ୍ର ଅବଗତ କରିବୁ ବୋଲି ଉପଖଣ୍ଡ ଯୋଗାଣ ଅଧିକାରୀ କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ