ETV Bharat / state

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଚଢାଉ - ବାଲେଶ୍ବର କ୍ଷୁଦ୍ର ଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଛାପା

author img

By

Published : Oct 14, 2022, 11:42 AM IST

ବାରିପଦା: ଆକ୍ସନ ମୁଡରେ ଭିଜିଲାନ୍ସ ଟିମ । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପର୍ଦ୍ଦାଫାସ କରୁଛି ଟିମ । ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଛାପା ମାରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଛାପା

ବାରିପଦା ମୂର୍ଗାବାଡ଼ିରେ ସରକାରୀ କ୍ୱାଟରରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ରାୟଗଡ଼ା କସ୍ତୁରିନଗରରେ ଥିବା ପୈତୃକ ଘର, ବିଶାଖାପାଟଣା ଚିନ୍ନାଗଡ଼ିଲିରେ ଥିବା ହିଲ୍‌ ଭ୍ୟୁ ଫ୍ଲାଟ୍, ଭୁବନେଶ୍ବର ସୁନ୍ଦରପଦା ମାଧିପୁର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ମୟୂରଭଞ୍ଜ ମୂର୍ଗାବାଡି ବାରିପଦାରେ ଏଲଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର ଓ ବାଲେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଟିମ । ଏହି ରେଡରେ ୩ ଡିଏସପି, ୧୨ ଇନସ୍ପେକ୍ଟର,୨ ସବଇନସ୍ପେକ୍ଟର, ୫ ଏଏସଆଇ ସାମିଲ ଅଛନ୍ତି ।

ଏହା ବି ପଢନ୍ତୁ...ଗିରଫ ହେଲେ କୁବେର କିରାଣୀ, କୋଟିଏ ଟଙ୍କାର ସମ୍ପତ୍ତି ଠାବ

ରେଡ ସମ୍ପର୍କରେ ଅଧିକ କିଛି ତଥ୍ୟ ହସ୍ତଗତ ହୋଇନାହିଁ । ସରକାରୀ ବାବୁଙ୍କ ଆୟ ବାହାର କେତେ ସମ୍ପତ୍ତି ଅଛି ତାହା ଚଢାଉ ପରେ ଜଣାପଡିବ । ରାଜ୍ୟରେ ଭିଜିଲାନ୍ସ ଚଢାଉ ଏକ ନିତିଦିନିଆ ଘଟଣା ହେଲାଣି । ପ୍ରତିଦିନ କେହି କେହି ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହେଉଥିବା ଖବର ସାମ୍ନାକୁ ଆସୁଛି । ଗତକାଲି (ଗୁରୁବାର) କେନ୍ଦୁଝର ବଂଶପାଳ ବ୍ଲକ ବିଇଓ କିରାଣୀଙ୍କ ଘରେ ଚଢାଉ କରିଥିଲା । 209 ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ଗିରଫ ହୋଇଥିଲେ କୁବେର କିରାଣୀ ଗଙ୍ଗାଧର ସାହୁ । ତାଙ୍କୁ ଭିଜିଲାନ୍ସ ଟିମ କୋର୍ଟ ଚାଲାଣ ମଧ୍ୟ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.