ETV Bharat / state

ସମାନ ଅଧିକାର ସହ ସମାନ ଦରମା ଦାବିରେ ପୂର୍ବତନ ସେନା କର୍ମଚାରୀଙ୍କ ବିକ୍ଷୋଭ - କେନ୍ଦୁଝର ନ୍ୟୁଜ

ପେନସନ ବ୍ୟବସ୍ଥା ସହିତ ଅନ୍ୟ କ୍ଷେତ୍ରରେ ଅସମାନତାକୁ ନେଇ ବିକ୍ଷୋଭ କରିଛନ୍ତି ପୂର୍ବତନ ସେନା କର୍ମଚାରୀ । ଅଧିକ ପଢନ୍ତୁ

ex soldier association protest
ex soldier association protest
author img

By

Published : Apr 7, 2023, 11:51 AM IST

ex soldier association protest

କେନ୍ଦୁଝର: ପେନସନ ବ୍ୟବସ୍ଥା ସହିତ ଅନ୍ୟ କ୍ଷେତ୍ରରେ ଅସମାନତାକୁ ନେଇ ବିକ୍ଷୋଭ କରିଛନ୍ତି ପୂର୍ବତନ ସେନା କର୍ମଚାରୀ । ଭାରତୀୟ ସେନା କ୍ଷେତ୍ରରେ ସମାନ କାମକୁ ସମାନ ଦରମା ଏହି ନାରା କେବଳ ନାରା ମଧ୍ୟରେ ସୀମିତ ରହିଯାଇଛି । ଭାରତୀୟ ସେନା କର୍ମଚାରୀ ବିଶେଷ କରି ସୀମାରେ ଲଢ଼ୁଥିବା ସେନାକୁ ଅଧିକ ଦରମା ପ୍ରଦାନ ନେଇ ଦୀର୍ଘଦିନ ଧରି ଦାବି କରି ଆସୁଛି । ଏଥିସହ ସୀମାରେ ଥିବା ସେନା କର୍ମଚାରୀ ଚାକିରିରୁ ସେବା ନିବୃତ୍ତ ହେବା ପରେ ତାର ପେନସନ ନେଇ ବିସଙ୍ଗତି ଦେଖା ଦେଉଛି । ତାଙ୍କ ପେନସନ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହେଉନଥିବା ବେଳେ ସେବା ନିବୃତ ଅଧିକାରୀଙ୍କ ପେନସନ ବୃଦ୍ଧି ସରକାର କରୁଛନ୍ତି । ଫଳରେ ସେବା ନିବୃତ୍ତ ସେନାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସୈନିକ ସଂଘ ।

ଆହୁରି ମଧ୍ୟ ପୂର୍ବତନ ସୈନିକ ମାନଙ୍କ ବିଧବା ପତ୍ନୀଙ୍କୁ ପେନସନ କ୍ଷେତ୍ରରେ ମଧ୍ୟ ଅବହେଳା କରାଯାଉଥିବା ଅଭିଯୋଗ କରିଛି ପୂର୍ବତନ ସୈନିକ ସଂଘ । ପୂର୍ବତନ ସୈନିକଙ୍କୁ ସମାନ ପଦ ସମାନ ଦରମା ଲାଗୁ ଦାବି କରିଛି ପୂର୍ବତନ ସୈନିକ ସଂଘ । ଦିବ୍ୟାଙ୍ଗ ହୋଇ ସେନା ଛାଡିଥିବା ପୂର୍ବତନ ସୈନିକଙ୍କୁ ବିଶେଷ ପେନସନ ପ୍ରଦାନ ପାଇଁ ଦାବି କରିବା ସହ ପୂର୍ବତନ ସୈନିକଙ୍କୁ ଚିକିତ୍ସା ପାଇଁ ବିଶେଷ ସୁବିଧା ଯୋଗାଇବା ପାଇଁ ଦାବି କରିଛି ସଂଘ । ଏହି ସବୁ ଦାବି ନେଇ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ପୂର୍ବତନ ସୈନିକ ସଂଘ ।

ଏହା ମଧ୍ୟ ପଢନ୍ତୁ- ଝାରସୁଗୁଡ଼ା ବ୍ୟାଟେଲ: ଶୃଙ୍ଖଳିତ ଉପନିର୍ବାଚନ ପାଇଁ ନୋଡ଼ାଲ ଅଧିକାରୀଙ୍କ ବୈଠକ

ଏହା ମଧ୍ୟ ପଢନ୍ତୁ-Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA

ଗତକାଲି କେନ୍ଦୁଝର ଜିଲ୍ଲାର ଶତାଧିକ ପୂର୍ବତନ ସୈନିକ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିବା ସହ ଦାବି ପୂରଣ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ସଂଘ । ତେବେ ଆଗାମୀ ଦିନରେ ଏହି ଦାବି ଗୁଡିକ ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ପୂର୍ବତନ ସୈନିକ ସଂଘ ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଭଦ୍ରକରେ ମଧ୍ୟ ପେନସନ ଓ ଅନ୍ୟକ୍ଷେତ୍ରରେ ଅସମାନତାକୁ ନେଇ ପ୍ରତିବାଦ ହୋଇଥିଲା । ଏହି ଅସମାନତାକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଜାନୁଆରୀ 10 ତାରିଖ ଦିନ ୱାନ ପେ ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିସହ ସମାନ ପଦକୁ ସମାନ ବେତନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏହି ବ୍ୟବସ୍ଥାରେ ମଧ୍ୟ ପାତରଅନ୍ତର ତଥା ବିସଙ୍ଗତ ହୋଇଥିବା ନେଇ ଅଭିଯୋଗ କରିଥିଲେ ପୂର୍ବତନ ସୈନିକ ସଙ୍ଘ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.