ETV Bharat / state

ETV Bharat Impact: ଦୂର ହେଲା ମାଆ ଦୁଃଖ, ପାହାଡରୁ ଉଦ୍ଧାର ହେଲା ମାନସିକ ବିକାରଗସ୍ତ ପୁଅ

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମାନସିକ ବିକାରଗ୍ରସ୍ତ ସାଗର ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ । 4ବର୍ଷ ହେବ ପାହାଡରେ ଦିନ କାଟୁଥିବା କେନ୍ଦୁଝରର ସାଗରକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

etv bharat impact
ଗୁମ୍ଫାରୁ ଉଦ୍ଧାର ହେଲା ମାନସିକ ବିକାରଗ୍ରସ୍ତ ସାଗର
author img

By

Published : Aug 20, 2023, 1:55 PM IST

ଗୁମ୍ଫାରୁ ଉଦ୍ଧାର ହେଲା ମାନସିକ ବିକାରଗ୍ରସ୍ତ ସାଗର

କେନ୍ଦୁଝର: ଖବର ବାଜିଲା ସହାୟତାର ହାତ ବଢିଲା । ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଜଣା ମାଆର ଦୁଃଖ ଦୂର ହୋଇଛି । ଖୁବଶୀଘ୍ର ପୁଅ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ମାଆ ମନରେ ଆଶାର କିରଣ ଉଇଁଛି । କେନ୍ଦୁଝର ଜିଲ୍ଲା ନେଲାଙ୍ଗ ଗାଁର ମାନସିକ ବିକାରଗ୍ରସ୍ତ ଯୁବକ ସାଗର ନାଏକ 2 ବର୍ଷ ହେବ ପାହାଡରେ ରହି ଆସୁଥିଲେ । ଦିନରାତି ସେହି ପାହାଡ କୋଳରେ ହିଁ ତାଙ୍କ ଜୀବନ ବିତୁଥିଲା । ଗତ ଜୁନ 2 ତାରିଖରେ ‘ଇଟିଭି ଭାରତ’ରେ ଏହି ଖବର ପ୍ରସାରଣ ପରେ ସାଗରଙ୍କୁ ପାହାଡରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ପାହାଡରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିଲା ସାଗର ଓରଫ ବାବୁ ନାଏକ । ସାଗର ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପାହାଡକୁ ଘର କରିଥିଲେ । ପୁଅ ପାଇଁ ପ୍ରତିଦିନ ମାଆ କୁନ୍ତଳା ଖାଇବା ନେଇ ଯାଆନ୍ତି । ବହୁ ଦୁଃଖକଷ୍ଟ କରି ଖାଇବା ଧରି ଆସି ସକାଳୁ ସଞ୍ଜ ପାହାଡ ତଳେ ଜଗି ରହୁଥିଲା । ଖାଇବାକୁ ପୁଅକୁ ଡାକନ୍ତି କଣ ଦୁଇମୁଠା ଖାଇ ଦେଇ ପୁଣି ସେହି ପାହାଡକୁ ଚାଲିଯାଏ ପୁଅ ସାଗର । ପୁଅ କିପରି ପାହାରୁ ଘରକୁ ଫେରିବ ଆଉ ଭଲ ହେବ ସେ ନେଇ ଚିନ୍ତାରେ ପଡିଥିଲେ କୁନ୍ତଳା । ‘ଇଟିଭି ଭାରତ’ର କୁନ୍ତଳାଙ୍କର ଏହି ସମସ୍ୟାର ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ତ୍ୱାବଧାନ ଯୋଗୁଁ ତତ୍ପରତା ପ୍ରକାଶ କରିଥିଲା ସାମାଜିକ ସୁରକ୍ଷା ବିଭାଗ।

ଖବର ପ୍ରସାରଣ ପରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ତ୍ୱାବଧାନ ଯୋଗୁଁ ତତ୍ପରତା ପ୍ରକାଶ କରିଥିଲା ସାମାଜିକ ସୁରକ୍ଷା ବିଭାଗ। ଏନେଇ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ପରିଚାଳିତ ହେଉଥିବା ଡିଏମଏଫ ଆଶ୍ରୟକୁ ସାଗରକୁ ଉଦ୍ଧାର କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ଆଶ୍ରୟର ଅଧିକାରୀ ମାନେ ଗତକାଲି (ଶନିବାର) ସ୍ଥାନ ନିରୀକ୍ଷଣ ପରେ ଆଜି (ରବିବାର) ଭୋରୁ ସାଗରକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ସକାଳୁ ସାଗର ଗୁମ୍ଫା ଭିତରେ ଶୋଇଥିବା ବେଳେ ଆଶ୍ରୟର କର୍ମଚାରୀମାନେ ସାଗରକୁ ଉଦ୍ଧାର କରିବାକୁ ସଫଳ ହୋଇଥିଲେ । ସାଗରକୁ ଆଶ୍ରୟର କର୍ମଚାରୀମାନେ ଡାକ୍ତରୀ ପରୀକ୍ଷା ପରେ ଆଶ୍ରୟ ଗୃହକୁ ନେଇ ଯାଇଥିଲେ ।

ଏହା ବି ପଢନ୍ତୁ...2 ବର୍ଷ ହେବ ପାହାଡ କୋଳରେ ମାନସିକ ବିକାରଗ୍ରସ୍ତ ପୁଅ, ସହାୟତା ଅପେକ୍ଷାରେ ମାଆ

ବାପାଙ୍କ ମୃତ୍ୟୁ ପରେ ସାଗର ମାନସିକ ଭାବେ ଅସୁସ୍ଥ ହୋଇପଡିଥିଲେ । ସେବେଠୁ ପାହାଡକୁ ଘର କରି ନେଇଥିଲେ । ଦୀର୍ଘଦିନ ପରେ ପାହାଡ ଗୁମ୍ଫାରୁ ପୁଅ ସାଗର ଉଦ୍ଧାର ହେବା ପାରେ ମାଆ କୁନ୍ତଳା ଖୁସି ବ୍ୟକ୍ତ କରିଛନ୍ତି । ପୁଅ ଭଲ ହେବା ନେଇ ତାର ମନରେ ଆଶାର ଆଲୋକ ସଞ୍ଚାର ହୋଇଛି । ପୁଅକୁ ଉଦ୍ଧାର କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି କୁନ୍ତଳା । ସାଗର ଉଦ୍ଧାର ହେବା ପରେ ଗ୍ରାମବାସୀମାନେ ମଧ୍ୟ ବହୁ ଖୁସି ବ୍ୟକ୍ତ କରିଛନ୍ତି । ଗ୍ରାମବାସୀମାନେ ଇିଟିଭି ଏବଂ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.