କେନ୍ଦୁଝର: ଆଜି ଦିନିକିଆ ଆନ୍ଦୋଳନ କରିଛନ୍ତି କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନର ଇପିଏଫ କର୍ମଚାରୀ । କର୍ମଚାରୀଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସହ ସରକାରୀ ସାହାଯ୍ୟ ଯୋଗାଇଦେବା ନେଇ କର୍ମଚାରୀମାନେ ଦିନିକିଆ ଧାରଣାରେ ବସି ଆଜି କାର୍ଯ୍ୟ ବନ୍ଦ କରିଛନ୍ତି ।
ଏହି କର୍ମଚାରୀମାନେ ଅତ୍ୟଧିକ ଚାପ ଯୋଗୁଁ କାର୍ଯ୍ୟାଳୟରେ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ଅଧିକ କର୍ମଚାରୀ ଦରକାର ହେଉଥିବା ବେଳେ ସରକାର କର୍ମଚାରୀ ନିୟୋଜିତ କରୁ ନାହାଁନ୍ତି । ଏହାସହ ବିଭିନ୍ନ ସରକାରୀ ସାହାଯ୍ୟ ମଧ୍ୟ ମିଳୁ ନଥିବା ମଧ୍ୟ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ଅଭିଯୋଗ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ