ETV Bharat / state

ଚମ୍ପୁଆରେ ୧୮ ଦଳିଆ ହାତୀ ପଲ, ଏକର ଏକର ଖରାଟିଆ ଧାନ ଫସଲ ନଷ୍ଟ - tension

ଗତ ଶନିବାର ବିଳମ୍ବିତ ରାତିରେ ୧୮ ଦଳିଆ ହାତୀ ପଲ ପଦ୍ମପୁର ଗ୍ରାମରେ ପଶି ଏକର ଏକର ଜମିରେ ହୋଇଥିବା ଖରାଟିଆ ଧାନ ଚାଷକୁ ଦଳି ନଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 23, 2019, 3:14 PM IST

Updated : Jun 25, 2019, 2:16 PM IST

କେନ୍ଦୁଝର: ଗାଁରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ ପଲ । ଗତ ଶନିବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ପଦ୍ମପୁର ଗ୍ରାମରେ ୧୮ ଦଳିଆ ହାତୀ ପଲ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ୧୮ ଦଳିଆ ହାତୀ ପଲ ପଦ୍ମପୁର ଗ୍ରାମରେ ପଶି ଏକର ଏକର ଜମିରେ ହୋଇଥିବା ଖରାଟିଆ ଧାନ ଚାଷକୁ ଦଳି ନଷ୍ଟ କରିବା ସହ ଅମଳ ପାଇଁ କଟା ହୋଇଥିବା ଶହ ଶହ ଧାନ ବିଡା ଖାଇଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପଟେ ହାତୀ ପଲକୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀ ହାତୀଙ୍କ ପଛେ ପଛେ ରହି ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହି ହାତୀ ପଲ ଏବେ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲା ସିଙ୍ଗିଡା ନିକଟ ହଳଦିଆ ନିକଟରେ ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Jun 25, 2019, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.