ETV Bharat / state

ହାତୀ-ମଣିଷ ଲଢ଼େଇ, ସଚେତନତା ସୃଷ୍ଟି ପାଇଁ ଜଙ୍ଗଲ ବିଭାଗର ଅଭିଯାନ

author img

By

Published : Oct 27, 2022, 10:12 AM IST

ଦିନକୁ ଦିନ ତୀବ୍ରତର ହେଉଛି ହାତୀ ମଣିଷ ଲଢେଇ । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲ ବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । ଅଧିକ ପଢ଼ନ୍ତୁ

ହାତୀ ମଣିଷ ଲଢ଼େଇ, ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କଲା ଜଙ୍ଗଲ ବିଭାଗ

କେନ୍ଦୁଝର: ଦିନକୁ ଦିନ ହାତୀ ମଣିଷ ଲଢେଇ ତୀବ୍ରତର ହେଉଛି । ଏହି ଲଢେଇରେ ବହୁ ମଣିଷଙ୍କ ଜୀବନ ସହ ବିଲବାଡ଼ି ସମ୍ପତ୍ତି ନଷ୍ଟ ହେଉଛି । ମଣିଷ ପ୍ରତିଶୋଧ ପରାୟଣ ହୋଇ ବହୁ ସମୟରେ ହାତୀକୁ ଆକ୍ରମଣ କରୁଛି । ଏଭଳି ସବୁ ଘଟଣା ଜଙ୍ଗଲ ନଷ୍ଟ ଓ ସଚେତନତା ଅଭାବରୁ ହେଉଥିବା ପରିବେଶବିତ ମତପୋଷଣ କରିଛନ୍ତି । ଏଣୁ ଗ୍ରାମ୍ୟ ଜଙ୍ଗଲ କମିଟି ସଦସ୍ୟଙ୍କୁ ସଚେତନତା କରିବାକୁ ଅଣ୍ଟା ଭିଡ଼ିଛି କେନ୍ଦୁଝର ଜଙ୍ଗଲ ବିଭାଗ । ଏହାସହ ଗଜ ସାଥୀଙ୍କ ସହଯୋଗ ମଧ୍ୟ ବେଶ ସହାୟତା ହେବ ବୋଲି ଜଙ୍ଗଲ ବିଭାଗ ଆଶା ରଖିଛି । ଏନେଇ ବୁଧବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ଏକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଛି ।

ଏ ସମ୍ପର୍କରେ ରେଞ୍ଜର ବିଜୟ ମହାନ୍ତ କହିଛନ୍ତି, ''ହାତୀ ମଣିଷ ଲଢେଇରେ ରୋକ ଲଗାଇବା ପାଇଁ ସଚେତନତା ସୃଷ୍ଟି ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ଏବଂ ହାତୀକୁ ସୁରକ୍ଷା ଦେବା । ତେଣୁ ହାତୀର ଉପସ୍ଥିତି ଓ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ''। ପରିବେଶବିତ, ସ୍ୱେଚ୍ଛାସେବୀ ଓ ଜଙ୍ଗଲ ବିଭାଗ ଅଧିକାରୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କିପରି ହାତୀ ମଣିଷ ଲଢେଇ ବନ୍ଦ ହେବ ସେନେଇ ମତବ୍ୟକ୍ତ କରିଥିଲେ । ଏହିଭଳି ସଚେତନତା ଅଭିଯାନ ଦ୍ୱାରା ହାତୀ ପ୍ରତି ଥିବା ମଣିଷର ସ୍ଵଭାବରେ ପରିବର୍ତ୍ତନ ହେବ ବୋଲି ଆଶା ରଖିଛି ଜଙ୍ଗଲ ବିଭାଗ ।

ତେବେ ହାତୀ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ହାତୀ ମୃତ୍ୟୁ ଘଟଣାର ସଠିକ୍ ତଦନ୍ତ ହେଉନାହିଁ । ଖାଲି ସେତିକି ନୁହେଁ ଜଙ୍ଗଲ ବିଭାଗ ହାତୀ ସୁରକ୍ଷା ପାଇଁ ଯେତିକି ପଦକ୍ଷେପ ନେବା କଥା ସେତିକି ନେଉନାହିଁ । ହାତୀ ମଣିଷର ଏହି ଲଢ଼େଇରେ ଅନେକ ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଯାହାକି ପରିବେଶ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ହାତୀ ଆକ୍ରମଣ ସାଧାରଣ ଲୋକଙ୍କୁ ଆହୁରି ଦୁର୍ଦ୍ଦଶାକୁ ଠେଲି ଦେଉଛି । ତେବେ ଏହା କମିବା ବଦଳରେ ଆହୁରି ବଢ଼ି ଚାଲିଛି । ଏବେ ଏହି ସଚେତନ ଦ୍ବାରା ହାତୀକୁ ସୁରକ୍ଷା ଦେଇ ହେବ ବୋଲି ଆଶା ରଖିଛି ବନବିଭାଗ । ହାତୀ ମଣିଷ ଲଢେଇ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ, କଡାକଡି ଆଇନ୍ ଲାଗୁ କରିବା ସହ ଆନ୍ତରିକତା ଓ ମାନସିକତାରେ ପରିବର୍ତ୍ତନ ନଆସିବା ଯାଏଁ ଯେତେ ପ୍ରକଳ୍ପ କାର୍ଯ୍ୟକାରୀ କଲେ ମଧ୍ୟ ହାତୀ ମଣିଷ ଲଢେଇକୁ ରୋକାଯାଇପାରିବ ନାହିଁ ବୋଲି ପ୍ରାଣୀ ପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.