ETV Bharat / state

ବିପଦରେ ଗଜରାଜ: ୧୧ କେଭି ବିଦ୍ୟୁତ୍‌ ତାର ନେଲା ହାତୀର ଜୀବନ

author img

By

Published : Mar 19, 2023, 10:55 AM IST

୧୧ କେଭି ବିଦ୍ୟୁତ ତାର ଆଘାତରେ ହାତୀ ମୃତ୍ୟୁ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

elephant died
elephant died
elephant died

କେନ୍ଦୁଝର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ପୁଣି ଆଉ ଏକ ଦନ୍ତା ହାତୀର ହୋଇଛି ମୃତ୍ୟୁ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ୧୧ କେଭି ବିଦ୍ୟୁତ୍‌ ତାର ଆଘାତରେ ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏନେଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

ତେବେ ଦିନକୁ ଦିନ କେନ୍ଦୁଝର ବନଖଣ୍ଡ ଅଧୀନରେ ହାତୀ ମୃତ୍ୟୁ ଘଟଣା ସାଧାରଣରେ ପରିଣତ ହୋଇଗଲାଣି । କେତେବେଳେ ବିଷକ୍ରିୟା ଜନିତ ମୃତ୍ୟୁ ତ ଆଉ କେତେବେଳେ କରେଣ୍ଟ ଲାଗି ହାତୀ ଭଳି ମୂଲ୍ୟବାନ ପଶୁ ସଂପଦ ନଷ୍ଟ ହେବାରେ ଲାଗିଲେଣି । ଘଟଣା ଘଟିଲେ ବନ ବିଭାଗ ତଦନ୍ତ କରି ଚୁପ ରହୁଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦୁଝର ଜଙ୍ଗଲ ବିଭାଗ କିଛି ଦିନ ତଳେ ହାତୀକୁ ଡ୍ରୋନ କ୍ୟାମେରା ଦ୍ୱାରା ତାର ଗତିବିଧି ଓ ସୁରକ୍ଷା ନେଇ ଭିଡିଓ ଜାରି କରାଯାଇଥିଲା । ଏହାଦ୍ୱାରା ଜଙ୍ଗଲ ବିଭାଗ ହାତୀ ନେଇ ବେଶ ସଜାଗ ଥିବା ଜଣାଇଥିଲା । ହେଲେ ଏହାର କିଛି ଦିନ ମଧ୍ୟରେ ଆଜି ସକାଳୁ ଏକ ହାତୀ ମୃତ୍ୟୁ ନେଇ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ।

ଏହା ମଧ୍ୟ ପଢନ୍ତୁ- ଟ୍ରମ୍ପଙ୍କୁ ଘାରିଛି ଗିରଫ ଭୟ, ଗିରଫଦାରୀ ନେଇ ଏମିତି କିଛି କହିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି

ଏହା ମଧ୍ୟ ପଢନ୍ତୁ- ସାତଜନ୍ମ ପାଇଁ ନେଇଥିଲେ ସାତଫେରା, ଶାଶୂଘର ଦୂର ବୋଲି ବରକୁ ଛାଡି ଫେରି ଆସିଲା ନବବଧୂ

ସୂଚନା ମୁତାବକ, ଉକ୍ତ ସେକ୍ସନ ଜଙ୍ଗଲ ଅଞ୍ଚଳରେ କିଛିଦିନ ହେଲା ଏକ ହାତୀପଲ ଉପଦ୍ରବ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଜଙ୍ଗଲ ବିଭାଗ ନଜରକୁ ମଧ୍ୟ ଅଣାଯାଇଥିଲା । ତେବେ ଆଜିର ହାତୀ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଖବର ପାଇ ବନ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି । ଏଥିସହ ଏହି ହାତୀ ମୃତ୍ୟୁ ମନୁଷ୍ୟ ଜନିତ କି ସ୍ୱଭାବିକ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏଭଳି ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କେବଳ ସଚେତନତା ଅଭିଯାନ ଛଡା ଆଖି ଦୃଶିୟା କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ଜଙ୍ଗଲ ବିଭାଗ କର୍ଯ୍ୟଧାରା ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.