ETV Bharat / state

ତେଲକୋଇରେ ୧୫ ଟିକିଆ ହାତୀ ପଲଙ୍କ ଉତ୍ପାତ, ଘରଭାଙ୍ଗି ଖାଇଗଲେ ଧାନ ଚାଉଳ - ହାତୀ ପଲ ଘରଭାଙ୍ଗି ଖାଇଗଲେ ଧାନ ଚାଉଳ

ତେଲକୋଇ ବନାଞ୍ଚଳରେ ବଢିବାରେ ଲାଗିଛି ବଣୁଆ ହାତୀ ଉପଦ୍ରବ । ବିମଳା ଫରେଷ୍ଟ ସେକସନ୍ ଅଧିନ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପୁଣି ୧୫ ଟିକିଆ ହାତୀ ପଲ ଉପଦ୍ରବ ସୃଷ୍ଟି କରିଛନ୍ତି । ହେଲେ ହାତୀପଲଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ । ଅଧିକ ପଢନ୍ତୁ...

ତେଲକୋଇରେ ଥମୁନି ହାତୀ ଉପଦ୍ରବ, ୧୫ ଟିକିଆ ହାତୀ ପଲ ଘରଭାଙ୍ଗି ଖାଇଗଲେ ଧାନ ଚାଉଳ

author img

By

Published : Jun 19, 2021, 12:18 PM IST

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ବଢିବାରେ ଲାଗିଛି ବଣୁଆ ହାତୀ ଉପଦ୍ରବ । ଏହି ବନାଞ୍ଚଳରେ 40 ଟି ହାତୀ ରହୁଥିବାବେଳେ ଗାଁ ଲୋକଙ୍କ ନିଦ ହଜାଇ ଦେଲେଣି । ବିମଳା ଫରେଷ୍ଟ ସେକସନ୍ ଅଧିନ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପୁଣି ୧୫ ଟିକିଆ ହାତୀ ପଲ ଉପଦ୍ରବ ସୃଷ୍ଟି କରିଛନ୍ତି ।

ତେଲକୋଇରେ ଥମୁନି ହାତୀ ଉପଦ୍ରବ, ୧୫ ଟିକିଆ ହାତୀ ପଲ ଘରଭାଙ୍ଗି ଖାଇଗଲେ ଧାନ ଚାଉଳ

ରାତି ପ୍ରାୟ ୧ଟା ବେଳେ ଗୋଳାଗାଡିଆ ନୂଆସାହିରେ ହାତୀ ପଲ ପଶି ସେହି ଅଞ୍ଚଳର ଜୟନ୍ତୀ ମୁଣ୍ଡାଙ୍କ ୨ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି । ତେବେ ସୌଭାଗ୍ୟକୁ ପରିବାରର କାହାରି କିଛି କ୍ଷତି ହୋଇନାହିଁ । ଗାଁ ଲୋକେ ମିଶି ବହୁ କଷ୍ଟରେ ହାତୀ ପଲକୁ ଘଉଡାଇଥିଲେ । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେମାନେ ବିଫଳ ହେଉଛନ୍ତି । ଏନେଇ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଭୀମକାଣ୍ଡ ସରପଞ୍ଚ ନିରଞ୍ଜନ ନାୟକ ଦାବି କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗତ ୨ଦିନ ତଳେ ସେହି ଗ୍ରାମର ବିଷ୍ଣୁ ମହାକୁଡଙ୍କ ୩ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିବା ବେଳେ ଗତକାଲି ପୁଣି ଉତ୍ପାତ କରିଛନ୍ତି । ତେବେ ତେଲକୋଇ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.