ETV Bharat / state

ଥମିବାର ନାଁ ନେଉନି ହାତୀ ମୃତ୍ୟୁ, ସଚେତନତାରେ ସୀମିତ ଜଙ୍ଗଲ ବିଭାଗ - କେନ୍ଦୁଝରରେ ହାତୀ ମୃତ୍ୟୁ

Elephant death in Keonjhar: କେନ୍ଦୁଝର ଜିଲ୍ଲାରେ ଅସୁରକ୍ଷିତ ହାତୀ । ସରକାରୀ ରିପୋର୍ଟ ମୁତାବକ, ୨୦୧୭-୧୮ ବର୍ଷରେ ୧୭ଟି ହାତୀ ମୃତ୍ୟୁ ହୋଇଥିବା ବେଳେ ୨୦୨୩-୨୪ରେ ଅଦ୍ୟାବଧି ୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଥମିବାର ନାଁ ନେଉନି ହାତୀ ମୃତ୍ୟୁ ମାମଲା
ଥମିବାର ନାଁ ନେଉନି ହାତୀ ମୃତ୍ୟୁ ମାମଲା
author img

By ETV Bharat Odisha Team

Published : Jan 2, 2024, 3:28 PM IST

ଥମିବାର ନାଁ ନେଉନି ହାତୀ ମୃତ୍ୟୁ

କେନ୍ଦୁଝର: ଜିଲ୍ଲାରେ ବଢି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ମଣିଷ-ହାତୀ ମଧ୍ୟରେ ସଂଘର୍ଷରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ବିଦ୍ୟୁତ ଆଘାତ, ଗାଡି ଧକ୍କା ଫଳରେ ହାତୀର ଜୀବନ ଯାଉଛି । ଗତ କିଛି ବର୍ଷ ମଧ୍ୟରେ କେନ୍ଦୁଝରରେ ହାତୀ ମୃତ୍ୟୁ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପରିବେଶବିତମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

ବଣ ଜଙ୍ଗଲ ପାହାଡ ଘେରା ଅଞ୍ଚଳ ଭାବେ ଜଣାଶୁଣା କେନ୍ଦୁଝର ଜିଲ୍ଲା । ଘଞ୍ଚ ବଣ ଜଙ୍ଗଲରେ ଭରପୁର ଥିବା ଜିଲ୍ଲାରେ ଏବେ ଦ୍ରୁତ ଶିଳ୍ପାୟନ ଓ ଜଙ୍ଗଲ ବିଭାଗର ତଦାରଖର ଅବହେଳା ଯୋଗୁଁ ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି । ଏହି ଜଙ୍ଗଲ ଅବକ୍ଷୟ ଯୋଗୁଁ ଜଙ୍ଗଲ ମଧ୍ୟରେ ଥିବା ଜୀବଜନ୍ତୁ ଏବେ ଗାଁ ସହର ମୁହାଁ । ବିଶେଷକରି ହାତୀ ଏବେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଛିି । ଖାଦ୍ୟ ଅନ୍ୱେଷଣରେ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ଵାର ନଷ୍ଟ କରୁଛନ୍ତି ।

ଅନେକ ସମୟରେ ହାତୀ ମଣିଷ ଲଢେଇ ମଧ୍ୟ ଦେଖିବାକୁ ମିଳିଛି । ଏହି ଲଢେଇରେ ମଣିଷ ଜୀବନ ହାନି ହେବା ସହ ଜିଲ୍ଲାରେ ହାତୀବଂଶ ବିଲୁପ୍ତ ଆଡ଼କୁ ଗତି କରୁଛି । ଏହି ହାତୀପଲ ଜଙ୍ଗଲ ଛାଡି ବାହାରକୁ ଆସିବା ଫଳରେ କେତେବେଳେ ଗାଡି ଦୁର୍ଘଟଣା ତ କେତେବେଳେ ଟ୍ରେନରେ କଟି ପ୍ରାଣ ହରାଉଛନ୍ତି । ଏହାସହ ବହୁ ସମୟରେ ମଣିଷ ବସାଇଥିବା ଫାସ ଆଉ କରେଣ୍ଟ ଲାଗି ହାତୀର ଜୀବନ ଯାଉଛି । ସେହିପରି ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଜଙ୍ଗଲ ଦେଇଯାଇଥିବା ହାଇଭୋଲଟେଜ କରେଣ୍ଟ ଲାଗି ହାତୀ ମୃତ୍ୟୁ ମୁଖରେ ପଡୁଛି ।

ଏହାମଧ୍ୟ ପଢନ୍ତୁ...ଦେଶରେ ବଢୁଛି ହାତୀ-ମଣିଷ ଲଢେଇ, ଓଡ଼ିଶାରେ ଆହତଙ୍କ ସଂଖ୍ୟା ସର୍ବାଧିକ

ହାତୀ ମୃତ୍ୟୁ ଘଟଣା ଜିଲ୍ଲାରେ ବଢ଼ି ଚାଲିଥିବା ବେଳେ ଜଙ୍ଗଲ ବିଭାଗ ସଚେତନତା କାର୍ଯ୍ୟକ୍ରମ କମି କମି ଆସୁଥିବା ସାଧାରଣରେ ଅଭିଯୋଗ ହେଉଛି । ତେବେ କେନ୍ଦୁଝର ବନଖଣ୍ଡରେ ୨୦୧୩ ମସିହାରୁ ୨୦୧୮ ମସିହା ମଧ୍ୟରେ ୩୧ ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରୁ ୨୦୨୩ ଶେଷ ସୁଦ୍ଧା ବିଭିନ୍ନ କାରଣରୁ ୩୯ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ହାତୀ ଆକ୍ରମଣରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି ।

ଚଳିତ ବର୍ଷ ଜିଲାରେ ୬ ହାତୀଙ୍କ ମୃତ୍ୟୁ ହୋଇଛି । ବନ ବିଭାଗ ରେଳ ଦୁର୍ଘଟଣାରେ ରେଳବାଇ ବିଭାଗ କର୍ମଚାରୀ ଏବଂ ବିଦ୍ୟୁତ୍ ତାର ଟାଣି ହାତୀ ମାରିଥିବା ଅଭିଯୋଗରେ ୧୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାତ୍ର ବନ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଏହାକୁ ନେଇ ପରିବେଶବିତ୍‌ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ସରକାରୀ ତଥ୍ୟ ମୁତାବକ, ୨୦୧୭-୧୮ ବର୍ଷରେ ୧୭ ହାତୀ ମୃତ୍ଯୁଙ୍କ ହୋଇଥିବା ବେଳେ ୨୦୧୮-୧୯ରେ ୩, ୨୦୧୯-୨୦ରେ ୬, ୨୦୨୦-୨୧ରେ ୭, ୨୦୨୧–୨୨ରେ ୭, ୨୦୨୨–୨୩ରେ ସର୍ବାଧିକ ୧୧ ଏବଂ ୨୦୨୩-୨୪ରେ ଅଦ୍ୟାବଧୀ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି ।

କ୍ଷତିପୂରଣ ଠିକ୍ ସମୟରେ ମିଳୁ ନ ଥିବାରୁ ଲୋକମାନେ ନିଜ ଫସଲର ସୁରକ୍ଷା କରିବାକୁ ଯାଇ ହାତୀଙ୍କୁ ଘଉଡ଼ାଇବାକୁ ବାଧ୍ୟ ହେଉଥିବା ବେଳେ ଜଙ୍ଗଲ ବିଭାଗର କାଗଜପତ୍ରରେ ସଚେତନତା ଓ ଜଙ୍ଗଲ ସୃଷ୍ଟି ନେଇ ପ୍ରଶ୍ନ କରିବା ସହ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଚାଷୀ ନେତା ରାଧାକାନ୍ତ ମହାନ୍ତ । ଦାୟିତ୍ଵରେ ଖିଲାପ କରୁଥିବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଓ ପରୋକ୍ଷରେ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି । ସଚେତନତା କାର୍ଯ୍ୟକ୍ରମ ଲୋକ ଦେଖାଣିଆ ନକରି ତଳ ସ୍ତରରେ ସଠିକ୍ ସଞ୍ଚାଳନ କରିବା ନେଇ କହିଛନ୍ତି ଜଙ୍ଗଲପ୍ରେମୀ ହରେକୃଷ୍ଣ ମହାନ୍ତ ।

ଜିଲ୍ଲାରେ ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିବା ସହ ସମସ୍ତ ବିଭାଗ ସଠିକ ଭାବେ କାର୍ଯ୍ୟ କଲେ ହାତୀ ମୃତ୍ୟୁ ଘଟଣାକୁ ରୋକା ଯାଇପାରିବ ବୋଲି ପରିବେଶବିତ୍ ଡ଼ ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.