ETV Bharat / state

୧୧ କେଭି ତାର ଲାଗି ଡ୍ରାଇଭର ମୃତ - electic wire

କେନ୍ଦୁଝର ଜିଲ୍ଲା ପାଟଣାରେ 11କେଭି ତାରରେ ଲାଗି ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

୧୧ କେଭି ତାର ଲାଗି ଡ୍ରାଇଭର ମୃତ
୧୧ କେଭି ତାର ଲାଗି ଡ୍ରାଇଭର ମୃତ
author img

By

Published : May 13, 2021, 2:25 PM IST

କେନ୍ଦୁଝର: ବିଦ୍ୟୁତ ତାର ଲାଗି ଚାଳକ ମୃତ । ଟ୍ରକ ଉପରେ ପାଲ ବାନ୍ଧୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ସ୍ବାମଶାସନରେ ।

୧୧ କେଭି ତାର ଲାଗି ଡ୍ରାଇଭର ମୃତ

ପାରାଦ୍ବୀପରୁ ଆସିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ପାଟଣା ସ୍ବାମଶାସନରେ ସିମେଣ୍ଟ ଖାଲି କରିବା ପରେ ଡ୍ରାଇଭର ଜଣଙ୍କ କେବିନ୍ରେ ଚଢି ପାଲ ବାନ୍ଧୁଥିଲେ । ଏହି ସମୟରେ ଏକ ଅଘଟଣ ଘଟିଲା । 11କେଭି ତାରରେ ଲାଗିଯିବାରୁ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତ ଟ୍ରକ ଡ୍ରାଇଭରଙ୍କ ସଠିକ ପରିଚୟ ମିଳି ପାରି ନଥିବାବେଳେ ତାଙ୍କ ନାମ ମୋହନ ମାଇତି ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.