ETV Bharat / state

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର, ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

author img

By

Published : Dec 11, 2022, 11:05 AM IST

Updated : Dec 11, 2022, 11:35 AM IST

କେନ୍ଦୁଝର ରାସୋଳ ଝୁମୁକିପାଟିଆ ସାହିରେ ଡବଲ ମର୍ଡର । ଗୁଣି ଗାରେଡି ସନ୍ଦେହରେ ସ୍ବାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା । ଅଧିକ ପଢନ୍ତୁ

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର
କେନ୍ଦୁଝରରେ ଡବଲ ମର୍ଡର
ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର

କେନ୍ଦୁଝର: ଗୁଣି ଗାରେଡି ସନ୍ଦେହରେ ବୀଭତ୍ସ ହତ୍ୟା । ବିଳମ୍ବିତ ରାତିରେ ସ୍ବାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା । ଘରେ ପଶି ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ରାସୋଳ ଝୁମୁକିପାଟିଆ ସାହିରେ । ମୃତ ଦମ୍ପତି ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦମ୍ପତିଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ୱାମୀ ବାହାଡା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ ଖାଇସାରି ଘର ବାହାରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଉଭୟଙ୍କ ଚିତ୍କାର ଶୁଣି ଘର ଭିତରେ ଶୋଇଥିବା ତାଙ୍କ ଝିଅ ସିନିଗୋ ମୁର୍ମୁ ବାହାରିକୁ ଆସିଥିଲେ । ଏହା ପରେ ବାପା ମାଆକୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ସମ୍ପର୍କୀୟ ଲୋକଙ୍କୁ ଖବର ଦେଇଥିଲେ । ଏନେଇ ଘଟଣା ସ୍ଥଳରେ ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ହରିଚନ୍ଦନପୁର ଓ ଦୈତାରି ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ ଖୋଲିବା ନେଇ ଅନୁମତି, ଅଦରକାରୀ ପ୍ରସ୍ତାବ କହିଲେ ଶିକ୍ଷାବିତ

କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଏନେଇ ଗଣମାଧ୍ୟମ ସମ୍ମୁଖରେ ପୋଲିସ କିଛି କହିନଥିବା ବେଳେ ପରିବାର ଲୋକ ମଧ୍ୟ ପ୍ରତିକ୍ରିୟା ରଖିନାହାନ୍ତି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Dec 11, 2022, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.