ETV Bharat / state

ରାଜ୍ୟରେ ପ୍ରଥମ ଦଳିତ କୃରତା ନିରୋଧି ଆଇନରେ ଦଣ୍ଡାଦେଶ, ଦୋଷୀ ସାବ୍ୟସ୍ତ ହେଲେ ବାପା ଓ ତିନି ପୁଅ - ଦଳିତଙ୍କୁ ଆକ୍ରମଣ ଘଟଣାରେ ତିନି ପୁଅ ଦୋଷୀ ସାବ୍ୟସ୍ତ

ରାଜ୍ୟରେ ପ୍ରଥମ ଥର ପାଇଁ ଏସସି ଓ ଏସଟି କୃରତା ନିରୋଧୀ ଆଇନ ୩(୧)(x)ରେ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ । ଜାତିକୁ ଆକ୍ଷେପ କରି ଆକ୍ରମଣ କରିଥିବା ମାମଲାର ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

district court hearing on prevention of atrocities act in kendrapara
ରାଜ୍ୟରେ ପ୍ରଥମ ଦଳିତ କୃରତା ନିରୋଧି ଆଇନରେ ଦଣ୍ଡାଦେଶ, ଦୋଷୀ ସାବ୍ୟସ୍ତ ହେଲେ ବାପାପୁଅ
author img

By

Published : Oct 21, 2022, 3:48 PM IST

କେନ୍ଦ୍ରାପଡ଼ା: ଏସସି ଓ ଏସଟି କୃରତା ନିରୋଧୀ ଆଇନ ୩(୧)(x)ରେ ରାଜ୍ୟରେ ପ୍ରଥମ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍‌ । ଦଳିତଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବାପା ଓ ତିନି ପୁଅ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଗତ ୨୩ ମାର୍ଚ୍ଚ ୨୦୧୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ଗାଁର ଜଣେ ବ୍ୟକ୍ତିଙ୍କ ଜାତିକୁ ଆକ୍ଷେପ କରି ଆକ୍ରମଣ କରିଥିବା ମାମଲାର ଶୁଣାଣି କରି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ରାଜ୍ୟରେ ପ୍ରଥମ ଦଳିତ କୃରତା ନିରୋଧି ଆଇନରେ ଦଣ୍ଡାଦେଶ

ଅଭିଯୋଗ ଅନୁଯାୟୀ, ଗତ ୨୩ ମାର୍ଚ୍ଚ ୨୦୧୫ ମସିହା ପୂର୍ବାହ୍ନ ୧୦ ଘଟିକାରେ ଅଭିଯୋଗକାରୀ ମାର୍ଶାଘାଇ ଥାନା ଦୁମୁକା ଗାଁର ଗଗନ ମଲ୍ଲିକ ଭାଗଚାଷ କରୁଥିବା ଗୁଣମଣି ଦାସଙ୍କ ବିଲରୁ ମୁଗ ଭାର ନେଇ ଆସୁଥିଲେ । ଏହି ସମୟରେ କାନପୁର ରାସ୍ତାରେ ଗାଁର ବିପିନ ବିହାରୀ ଦାସ ଓ ତାଙ୍କ ତିନିପୁଅ ସେଠାରେ ପହଞ୍ଚି ଗଗନଙ୍କୁ ଅଟକାଇ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିଥିଲେ । ଏହି ସମୟରେ ଗଗନଙ୍କ ପୁତୁରା ରଞ୍ଜନ ପହଞ୍ଚି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବାରୁ ସେମାନେ ଫେରାର ହୋଇ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: cyclone sitrang: ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ଏନେଇ ପରଦିନ ମାର୍ଶାଘାଇ ଥାନାରେ ଗଗନ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ବିପିନ ବିହାରୀ ଦାସ ଓ ତାଙ୍କ ତିନିପୁଅ ଉଦୟଶେଖର ଦାସ, ଉଲ୍ଲାସ ଚନ୍ଦ୍ର ଦାସ ଓ ଉଜ୍ଜ୍ୱଳକାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ପରବର୍ତ୍ତୀ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ ।

ଏସସି,ଏସଟି ସ୍ପେଶାଲ କୋର୍ଟରେ ଏହାର ଶୁଣାଣି ଚାଲିଥିବା ବେଳେ ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତ ବାପ ପୁଅଙ୍କୁ ବିଚାରପତି ବିଶ୍ବଜିତ ମହାନ୍ତି ଦଫା ୩୪୧ରେ ୧୫ ଦିନ, ଦଫା ୩୨୩ରେ ୩ ମାସ, ଦଫା ୩୨୪ରେ ୬ମାସ ଓ ରାଜ୍ୟରେ ପ୍ରଥମ ଏସସି,ଏସଟି କୃରତା ନିରୋଧୀ ଆଇନ ଦଫା ୩(୧)(x)ରେ ଏକବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ରାଜ୍ୟରେ ପ୍ରଥମଥର ପାଇଁ ଏସସି,ଏସଟି କୃଏଲିଟି ଆକ୍ଟରେ ଦଣ୍ଡ ଶୁଣାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସସି ଏସଟି ସ୍ପେଶାଲ କୋର୍ଟର ଏପିପି ଗୋକୁଳ ରଞ୍ଜନ ଦାଶ। କୋର୍ଟଙ୍କ ଏହି ଐତିହାସିକ ରାୟକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.