ETV Bharat / state

କୋଭିଡ ନିୟମକୁ ଫୁ: ମନ୍ଦିରରେ ପ୍ରବଳ ଗହଳି ସହ ଚାଲିଥିଲା ପୂଜାକାର୍ଯ୍ୟ

author img

By

Published : Jul 13, 2021, 4:08 PM IST

ଶୁଆକାଠି ତାରିଣୀ ମନ୍ଦିରରେ ତାଲା । କୋଭିଡ ନିୟମ ଉଲଙ୍ଘନ ନେଇ ଦୁଇ ପୂଜାରୀଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ: ମନ୍ଦିରରେ ପ୍ରବଳ ଗହଳି ସହ ଚାଲିଥିଲା ପୂଜାକାର୍ଯ୍ୟ
କୋଭିଡ ନିୟମକୁ ଫୁ: ମନ୍ଦିରରେ ପ୍ରବଳ ଗହଳି ସହ ଚାଲିଥିଲା ପୂଜାକାର୍ଯ୍ୟ

କେନ୍ଦୁଝର: ଜିଲ୍ଲାରେ କୋଭିଡ ନିୟମର ଖୁଲମଖୁଲା ଉଲ୍ଲଙ୍ଘନ । ଏନେଇ ତାରିଣୀ ମନ୍ଦିରରେ ତାଲା ଝୁଲିବା ସହ ଦୁଇ ପୂଜକଙ୍କୁ ଅଟକ ରଖିଛି ପୋଲିସ । ଏଭଳି ଘଟଣା କୋଭିଡ ଆଇନର ଖିଲାପ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ତାରିଣୀ ମନ୍ଦିରରେ ଦେଖିବାକୁ ମିଳିଛି । ବାଂଶପାଳ ତହସିଲଦାର ଓ ଶୁଆକାଟି ପୁଲିସ ମନ୍ଦିରରେ ତାଲା ପକାଇବା ସହ ଦୁଇ ପୂଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଖୋଲାଖୋଲି ଭାବେ କୋରୋନା ଗାଇଡଲାଇନକୁ ପାଳନ ନ କରି ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ନେଇ ଚାଲିଥିଲା ପୂଜାକାର୍ଯ୍ୟ । ପୁଲିସ ଦୁଇ ପୂଜକଙ୍କୁ ଥାନାରେ ଅଟକ ରଖିଥିବାବେଳେ ଫାଇନ ଆଦାୟ କରି ଛାଡି ଦେଇଥିବା ଜଣାପଡିଛି । ସୂଚନାନୁଯାୟୀ ଆଜି (ମଙ୍ଗଳବାର) ତାରିଣୀ ବ୍ରତ ଥିବାରୁ ତାରିଣୀ ମନ୍ଦିର ଗୁଡିକ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.