ETV Bharat / state

ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଅନୁସୂଚୀତ ଜନଜାତି ତାଲିକାରୁ ବାଦ୍‌ ଦେବାକୁ ଦାବି - ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଜନଜାତି ସୂଚୀରୁ ବାଦ

ନିଜ ଜାତି, ଧର୍ମ, ସଂସ୍କୃତି ଓ ପରମ୍ପରା ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିବା ଅନୁସୂଚୀତ ଜନଜାତିର ବ୍ୟକ୍ତିମାନଙ୍କୁ ଜନଜାତି(ST) ତାଲିକାରୁ ବାଦ୍‌ ଦେବାକୁ କେନ୍ଦୁଝର ଜନଜାତି ସୁରକ୍ଷା ମଞ୍ଚର ଦାବି । ଅଧିକ ପଢ଼ନ୍ତୁ

ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଜନଜାତି ସୂଚୀରୁ ବାଦ ଦେବା ଦାବିକଲେ ଜନଜାତି

author img

By

Published : Apr 26, 2022, 4:35 PM IST

କେନ୍ଦୁଝର: ନିଜ ଜାତି, ଧର୍ମ, ସଂସ୍କୃତି ଓ ପରମ୍ପରା ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିବା ଅନୁସୂଚୀତ ଜନଜାତିର ବ୍ୟକ୍ତିମାନଙ୍କୁ ଜନଜାତି(ST) ତାଲିକାରୁ ବାଦ୍‌ ଦେବା ଦାବିରେ କେନ୍ଦୁଝର ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ସମାବେଶ ।

ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଜନଜାତି ସୂଚୀରୁ ବାଦ ଦେବା ଦାବିକଲେ ଜନଜାତି

ଜନଜାତିମାନେ ପାରମ୍ପରିକ ଭାବେ ବଣ ଜଙ୍ଗଲରେ ରହିବା ସହ ହିନ୍ଦୁ ସଂସ୍କୃତି ଅନୁସାରେ ନିଜ ପରମ୍ପରାକୁ ବଜାୟ ରଖି ଆସିଛନ୍ତି । କିନ୍ତୁ ଧୀରେ ଧୀରେ ଏହି ଜନଜାତି ମଧ୍ୟରେ ଧର୍ମାନ୍ତରୀକରଣ ହୋଇ ଅନ୍ୟ ସଂସ୍କୃତି ବଢ଼ି ଚାଲିଛି ।

ଧର୍ମାନ୍ତରିତ ହୋଇଥିବା ବ୍ୟକ୍ତି ଜନଜାତି ଓ ଅନ୍ୟ ସମ୍ପ୍ରଦାୟର ଫାଇଦା ନେଉଛନ୍ତି । ଫଳରେ ମୂଳ ଆଦିବାସୀ ସେମାନଙ୍କ ହକ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଧର୍ମାନ୍ତରିତ ବ୍ୟକ୍ତିଙ୍କୁ ଜନଜାତି ସୂଚୀରୁ ବାଦ ଦେବା ପାଇଁ ଦାବି କରିଛନ୍ତି ମୂଳ ଜନଜାତିର ଲୋକେ ।

ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ହଜାରରୁ ଊର୍ଦ୍ଧ୍ବ ସଦସ୍ୟ ଆଜି କେନ୍ଦୁଝର ସହର ପରିକ୍ରମା କରି ଦାବି ଦୋହାରାଇଛନ୍ତି । ମୂଳ ଜନଜାତିଙ୍କୁ ତାଙ୍କ ହକ୍‌ ଦେବାସହ ଅନ୍ୟଧର୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଜନଜାତି ସୂଚୀରୁ ବାଦ ଦେବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ହେବା ପର୍ଯ୍ୟନ୍ତ ଏଭଳି ପଦର୍ଶନ ଜାରି ରହିବ ବୋଲି ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.