ETV Bharat / state

ଜାଟୁଆ ଅଫିସ ନିକଟରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jan 9, 2021, 3:33 PM IST

ଯୋଡ଼ାଥାନା ଅନ୍ତର୍ଗତ ବାଉଁଶ ପାଣି ଜାଟୁଆ ଅଫିସ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଯୋଡା ପୋଲିସକୁ ଖବର ଦେଇଥିଲେ। ଅଧିକ ପଢନ୍ତୁ...

The dead body of a man recovered
ଜାଟୁଆ ଅଫିସ ନିକଟରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ଯୋଡ଼ାଥାନା ଅନ୍ତର୍ଗତ ବାଉଁଶ ପାଣି ଜାଟୁଆ ଅଫିସ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖା ଯାଇଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଯୋଡା ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ମୃତବ୍ୟକ୍ତିଙ୍କ ନାମ ବିଶାଲ କୁଜୁର ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ମାମଲା ବୋଲି ଜଣାପଡିଛି । ବିଶାଲ ବାଉଁଶ ପାଣି ଗ୍ରାମରେ ରହି ଏକ ମାସ ହେବ କାମ କରୁଥିବାର ଜଣାପଡିଛି ।

ବିଶାଲ କୁଜୁରର ମୁଣ୍ଡରେ ଏକ କଟା ଦାଗ ସହ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ପୋଲିସ ଏକ କଟୁରୀ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଯୋଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.