ETV Bharat / state

କେନ୍ଦୁଝରରେ ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠାତାଙ୍କ ଜୟନ୍ତୀ ପାଳିତ - ଭାରତୀୟ ମଜଦୂର ସଂଘ

ଏକମାତ୍ର ରାଷ୍ଟ୍ରବାଦୀ ସଙ୍ଗଠନ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ସ୍ବର୍ଗତଃ ଦତ୍ତପନ୍ଥ ଠେଙ୍ଗଡିଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି ।

keonjhar latest news, bhartiya majdur sangh, creator bhartiya majdur sangh's birth anniversary, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, ଭାରତୀୟ ମଜଦୂର ସଂଘ, ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ
କେନ୍ଦୁଝରରେ ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ପାଳିତ
author img

By

Published : Dec 29, 2019, 5:21 PM IST

କେନ୍ଦୁଝର: ଏକମାତ୍ର ରାଷ୍ଟ୍ରବାଦୀ ସଙ୍ଗଠନ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ସ୍ବର୍ଗତଃ ଦତ୍ତପନ୍ଥ ଠେଙ୍ଗଡିଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏଥିପାଇଁ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କାଳି ପଡିଆରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ଅନ୍ୟାନ୍ୟ ମଜଦୂର ୟୁନିୟନର କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିଥିଲେ ।

କେନ୍ଦୁଝରରେ ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ପାଳିତ

ବିଶାଳ ଶୋଭାଯାତ୍ରାରେ ସଙ୍ଗଠନର କର୍ମୀମାନେ ନଗର ପରିକ୍ରମା କରିଥିଲେ । ବାଦ୍ୟର ତାଳେ ତାଳେ ନାଚି ନାଚି ନଗର ପରିକ୍ରମା ପରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭାରେ ରାଜ୍ୟ ସଙ୍ଗଠନ ସମ୍ପାଦକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଦତ୍ତପନ୍ଥ ଠେଙ୍ଗଡିଙ୍କ ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ଦେଇଥିଲେ ।

ସେପଟେ ଅନେକ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଜୀବନ କାମ କରିଥିବା ଠେଙ୍ଗଡିଙ୍କ ଆଦର୍ଶକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ । ଏନେଇ ଆସନ୍ତା ନଭେମ୍ବର 10, 2020 ମସିହା ପର୍ଯ୍ୟନ୍ତ ମଜଦୂର ସଙ୍ଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଚାଲୁ ରହିବ ବୋଲି ଜଣା ପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଭାରତୀୟ ମଜଦୂର ସଂଘ ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ପାଳିତBody:ଆଙ୍କର- ଏକମାତ୍ର ରାଷ୍ଟ୍ରବାଦୀ ସଂଗଠନ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ସ୍ବର୍ଗତ ଦତ୍ତପନ୍ଥ ଠେଙ୍ଗଡିଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କାଳି ପଡିଆ ରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ଅନ୍ୟାନ୍ୟ ମଜଦୂର ଉନିୟନ ର କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ବାଦ୍ୟ ର ତାଳେ ତାଳେ ନାଚି ନଗର ପରିକ୍ରମା ପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭାରେ ରାଜ୍ୟ ସଂଗଠନ ସମ୍ପାଦକ ମୁଖ୍ୟ ବକ୍ତା ଭାବେ ଯୋଗଦେବା ସହ ବହୁ ପଦାଧିକାରୀ ଯୋଗ ଦେଇ ଦତ୍ତପନ୍ଥ ଠେଙ୍ଗଡିଙ୍କ ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଆଜୀବନ କାର୍ଯ୍ୟ କରିଥିବା ଠେଙ୍ଗଡିଙ୍କ ଆଦର୍ଶକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆସନ୍ତା ନଭେମ୍ବର୧୦ ତାରିଖ ୨୦୨୦ ମସିହା ପର୍ଯ୍ୟନ୍ତ ମଜଦୂର ସଙ୍ଘ ପକ୍ଷରୁ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣା ପଡ଼ିଛି ।
ବାଇଟ- ଗିରିଶ ମହାନ୍ତ ( ରାଜ୍ୟ ସଂଗଠନ ସମ୍ପାଦକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.