ETV Bharat / state

ବେଆଇନ ଗୋରୁ ଚାଲାଣକୁ ପଣ୍ଡ କଲା ରାମଚନ୍ଦ୍ରପୁର ପୋଲିସ, 15 ଗୋରୁ ଉଦ୍ଧାର

author img

By

Published : Oct 9, 2020, 11:10 AM IST

ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଭଗାନଈ ଗ୍ରାମରୁ ବେଆଇନ ଗୋରୁ ଚାଲାଣ ପଣ୍ଡ କରିଛି ପୋଲିସ ।

ବେଆଇନ ଗୋରୁ ଚାଲାଣକୁ ପଣ୍ଡ କଲା ରାମଚନ୍ଦ୍ରପୁର ପୋଲିସ

ଆନନ୍ଦପୁର: ବେଆଇନ ଗୋରୁ ଚାଲାଣକୁ ପଣ୍ଡ କଲା ରାମଚନ୍ଦ୍ରପୁର ପୋଲିସ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଭଗାନଈ ଗ୍ରାମରୁ ବେଆଇନ ଗୋରୁ ଚାଲାଣ ଚାଲିଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭଗାନଈ ଗ୍ରାମରୁ ବେଆଇନ ଭାବେ ଏକ ପିକଅକ ଭ୍ୟାନରେ ଗୋରୁ ଚାଲାଣ ହେଉଥିଲା । ସେହି ସମୟରେ ଅଚାନକ୍ ରାମଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ୧୫ଟି ଗୋରୁ ସହ ବ୍ୟବହୃତ ଗାଡି ଓ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ଘଷିପୁରା ଥାନା ଅନ୍ତର୍ଗତ ବାଇଲୋ ଗ୍ରାମର ତରଣୀ ଜେନା ବୋଲି ଜଣାପଡିଛି । ରାମଚନ୍ଦ୍ରପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.