ଆନନ୍ଦପୁର: ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳିଲେ ଦମ୍ପତି । କୋରୋନା ବିପତ୍ତି ସମୟରେ ଆନନ୍ଦପୁରର ଜଣେ ଦମ୍ପତି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ଦାନ ଦେବା ଭଳି ମହତ୍ତ କାର୍ଯ୍ୟ କରି ନିଜର ପୁଅର ଜନ୍ମଦିନକୁ ପାଳନ କରିଛନ୍ତି ।
ପୁଅ ଆଭାସର ଜନ୍ମଦିନକୁ ଅଭିନବ ଢଙ୍ଗରେ ପାଳନ କରିବାକୁ ଯାଇ କୋରୋନା ସଚେତନତା ଓ କାର୍ଯ୍ୟରେ ନିୟୋଜିତ ଅଙ୍ଗନବାଡ଼ି ଦିଦି, ଆଶା ଦିଦି, ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦୦୦ ଟଙ୍କା ଦାନ କରିଥିଲେ । ସେହିଭଳି ଗାଁ ମନ୍ଦିର ପରିସରରେ ଗଛ ଲଗାଇବା ସହ ଲୋକ ମାନଙ୍କୁ ମାକ୍ସ ବାଣ୍ଟିଥିଲେ । ମହାମାରୀରେ ବିପକ୍ଷରେ ଲଢୁଥିବା କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷ ଏଭଳି ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳିଥିବା କହିଛନ୍ତି ଦମ୍ପତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ