ETV Bharat / state

ନିଯୁକ୍ତି ସଂସ୍ଥାରେ ଦୁର୍ନୀତି, ବିରୋଧ କଲା ଏବିଭିପି - ନିଯୁକ୍ତି ସଂସ୍ଥାରେ ଦୁର୍ନୀତି

ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ ଦେଉଥିବା ନିଯୁକ୍ତିକୁ ନେଇ ଉଠିଲା ପ୍ରଶ୍ନ । ଷ୍ଟାଫ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଚଢାଉ ପରେ ତେଜୁଛି ବିରୋଧ । ଅଧିକ ପଢନ୍ତୁ...

ନିଯୁକ୍ତି ସଂସ୍ଥାରେ ଦୁର୍ନୀତି, ବିରୋଧ କଲା ଏବିଭିପି

author img

By

Published : Aug 1, 2021, 11:51 AM IST

କେନ୍ଦୁଝର: ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ ରାଜ୍ୟରେ ହେଉଥିବା ସମସ୍ତ ନୂତନ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିଥାଏ । କିନ୍ତୁ ଏହି ସଂସ୍ଥାର ସ୍ୱଚ୍ଛତା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଇ ଆସୁଥିଲା । ସେହି ବୋର୍ଡର କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରୁ ଏହା ପ୍ରମାଣିତ ହୋଇଛି । ଏହି ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ହାତରେ କୋଟି କୋଟି ଟଙ୍କା ନଗଦ ସହ ସୁନାରୁପା ଓ ବେନାମୀ ସମ୍ପତି ଠାଵ ହୋଇଛି ।

ନିଯୁକ୍ତି ସଂସ୍ଥାରେ ଦୁର୍ନୀତି, ବିରୋଧ କଲା ଏବିଭିପି

ସଚିବଙ୍କ ଘରୁ ଏହି ଚଢ଼ାଉ ପରେ ନିଯୁକ୍ତିରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ରାଜ୍ୟ ସରକାରଙ୍କ ଗୋଚରରେ ଏହି ବୋର୍ଡ ଦ୍ୱାରା ନିଯୁକ୍ତିରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଏଭିବିପି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଏହି ବୋର୍ଡ ଟଙ୍କା ନେଇ ଅଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଉଥିବାକୁ ନେଇ ନିନ୍ଦା କରିଛି ଏବିଭିପି । ଏ-ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପି କେନ୍ଦୁଝର ଶାଖାର ସଦସ୍ୟ । ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ପ୍ରକ୍ରିୟାକୁ ଆହୁରି କଡାକଡି କରିବାକୁ ଦାବି କରିଛି ଏବିଭିପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.