ଆନନ୍ଦପୁର: ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ। ଯାହାକୁ ନେଇ ଦେଶବ୍ୟାପୀ ଲକଡାଉନ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦେଉଛନ୍ତି ସରକାର ।
ଏହାକୁ ପାଳନ କରିବା ସହ ସରକାରଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଅଞ୍ଚଳର ଟ୍ରକ ମାଲିକ ପ୍ରଦିପ କୁମାର ସାହୁ 1 ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅତିରିକ୍ତ ଜିଲ୍ଲାପାଳ ଯେ.ସୋନାଲ ଓ ଘସିପୁରା ବିଡ଼ିଓ ଜରିଆରେ ପ୍ରଦାନ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ବିହାରୀ, ଇଟିଭି ଭାରତ