ETV Bharat / state

ଶୀଥଳ ହୋଇପଡିଛି ସରକାରଙ୍କ ଶୀତଳ ଭଣ୍ଡାର

author img

By

Published : Nov 3, 2019, 2:42 PM IST

ଚାଷୀଙ୍କ ଅଭାବୀ ବିକ୍ରୀ ସମସ୍ୟା ଦୂର କରିବା ସହ ଦର ନିୟନ୍ତ୍ରଣ ପାଇଁ ଶୀତଳ ଭଣ୍ଡାର ତ ନିର୍ମାଣ କଲେ । ହେଲେ କାର୍ଯ୍ୟକାରୀ ହେବ ବୋଲି ଆଜିକୁ ବିତିଗଲାଣି 8 ବର୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଶୀଥଳ ହୋଇପଡିଛି ଶୀତଳ ଭଣ୍ଡାର ଭଣ୍ଡାର । ଚାଷୀଙ୍କ ଅଭାବୀ ବିକ୍ରୀ ସମସ୍ୟା ଓ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିବାର କହୁଛନ୍ତି । ହେଲେ ସରକାର ଶୀତଳ ଭଣ୍ଡାର ପାଇଁ କେତେ ପାରଙ୍ଗମ ତାହା ଦେଖିବାକୁ ମିଳିଛି କେନ୍ଦୁଝରର ଏକ ଆଦିବାସୀ ଅଧ୍ୟୁଷିତ ବାଂଶପାଲ ବ୍ଲକରେ । ଭଣ୍ଡାର ନିର୍ମାଣ ହେବାର 8 ବର୍ଷ ପରେ ମଧ୍ୟ ଏଠାକାର ଚାଷୀଙ୍କୁ ମିଳିପାରିଲା ନାହିଁ କୌଣସି ସୁବିଧା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଭଣ୍ଡାର ଘରର ନା ରକ୍ଷଣାବେକ୍ଷଣା କରାଗଲା ନା ଚାଷୀଙ୍କୁ ପନିପରିବା ରଖିବାର ସୁବିଧା ଦିଆଗଲା । ଏମିତି 8 ବର୍ଷ ଧରି ଭଣ୍ଡାରରେ ଝୁଲୁ ରହିଛି ତାଲା । ଏପରିକି ଭଣ୍ଡାର ଘର ଭାଙ୍ଗିରୁଜି ଯିବାସହ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଭଣ୍ଡାର ଘରର ଜଗୁଆଳି ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଜି ଯାଏଁ ଟଙ୍କାଟିଏ ମିଳିପାରିଲା ନାହିଁ ।

2013-14 ଆର୍ଥିକ ବର୍ଷରେ ଆଦିବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ଲକରେ 6ଟି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା । ଏହି 6ଟି ମଧ୍ୟରେ ବାଂଶପାଳ ବ୍ଲକର ରାଇଗୁଡା ଓ କମଙ୍ଗାରେ ଥିବା ଭଣ୍ଡାରଟି ଏବେ ଖତ ଖାଉଛି । କାରଣ ଯେଉଁ ଉଦ୍ଦେଶ୍ୟ ନେଇ ଏହାର ନିର୍ମାଣ ହୋଇଥିଲା ତାହା ସାଧିତ ହୋଇପାରିଲାନାହିଁ । ଯାହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।

ସେପଟେ, ଘଟଣାର ତଦନ୍ତ କରାଯିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଲୋକଙ୍କ ଅର୍ଥରେ ନିର୍ମିତ ହୋଇଥିବା ଶୀତଳ ଭଣ୍ଡାରକୁ କାହିଁକି ରାଜ୍ୟ ସରକାର ଜାଣିଶୁଣି ପରିଚାଳନା କଲେ ନାହିଁ । ଆଉ ଏତେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯିବାର ତାତ୍ପର୍ଯ୍ୟ କଣ । ଏଇଠୁ ସ୍ପଷ୍ଟ ଚାଷ ଓ ଚାଷୀଙ୍କ ପ୍ରତି କେତେ ସମ୍ବେଦନଶୀଳ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ସରକାର ଖୋଲିଦେଲେ ଶୀତଳ ଭଣ୍ଡାର, କିନ୍ତୁ ଏବେ ସବୁ ଅଚଳBody:
ଆଙ୍କର- ସରକାର ସାଧାରଣ ଗାଁ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ସେଥିପାଇଁ ପ୍ରଶାସନର ନିଘା ନାହିଁ। ଏଭଳିକି ଚାଷୀଙ୍କ ଯୋଜନାରେ ମଧ୍ୟ ପ୍ରଶାସନ ର ନିଘା ନଥିଲା ଭଳି ମନେ ହୁଏ ଶୀତଳ ଭଣ୍ଡାର ବନ୍ଦ ପଡିଥିବା ନେଇ । ଏଭଳି ଘଟଣା ଘଟିଛି କେନ୍ଦୁଝର ବାଂଶପାଳ ବ୍ଲକରେ ।
ଭିଓ-୧- ଚାଷୀ ବଞ୍ଚିଲେଦେଶ ବଞ୍ଚିବ । ଏହି ଚାଷୀଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ ଯୋଜନା ସବୁ ଯୋଜନ ଦୂରରେ ମନେ ହୁଏ ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ । ଚାଷୀ ଚାଷ କରି କିଛି ଟଙ୍କା କମେଇବା ପାଇଁ ଚାହିଁଥାଏ। ଏହି ବ୍ଲକର ବହୁ ଚାଷୀ ପରିବା ଚାଷ ଉପରେ ନିର୍ଭରଶୀଳ। ସେଥିପାଇଁ ସରକାର ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୀତଳ ଭଣ୍ଡାରର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ଯେପରି ମାଟିରେ ପଡିଲା ପରି ଦେଖା ଦେଇଛି । ଏଠାକାର ଚାଷୀ ଶାଗମାଛ ମୁଲରେ ପରିବା ନବିକିବା ପାଇଁ ଏହି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା । କିନ୍ତୁ ନିର୍ମାଣ ହେବା ପର ଠାରୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଇପାରୁନଥିବା ଅଭିଯୋଗ ହୋଇଛି । ଏପରିକି ଏହାକୁ ଜଗୁଥିବା କର୍ମଚାରୀଙ୍କୁ ମଧ୍ୟ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ବାଂଶପାଳ ବ୍ଲକର ରାଇଗୁଡା ଓ କମଙ୍ଗା ଠାରେ ହୋଇଥିବା ଶୀତଳ ଭଣ୍ଡାର ନିର୍ମାଣ ଦିନ ଠାରୁ କାର୍ଯ୍ୟକ୍ଷମ ହୋଇନଥିବାରୁ ଭାଙ୍ଗିରୁଜି ଯିବା ସହ ଏହାକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି । ପ୍ରକାଶ ଯେ ୨୦୧୩-୧୪ ମସିହାରେ ଆଦିବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଂଶପାଳ ବ୍ଲକରେ ଛଅଟି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା । କିନ୍ତୁ ଏଗୁଡିକ ଭାଙ୍ଗିରୁଜି ଯିବା ସହ ଚାଷୀଙ୍କ ଆଶା ପୂରଣଏହାଦ୍ବାରା ହୋଇନଥିବା ଅଭିଯୋଗ ହେଉଛି ।

ବାଇଟ-୧- କ୍ଷେତ୍ରମୋହନ ପାତ୍ର ( ଶିତଳ ଭଣ୍ଡାର ଜଗୁଆଳି) ଧଳା ଲାଲ ରଙ୍ଗର ଗଞ୍ଜି ପିଢିଥିବା ଲୋକ

ବାଇଟ-୨- ନରତମ ଦେହୁରୀ ( ଚାଷୀ) ଖାଇରୀୟ ରଙ୍ଗର ଗଞ୍ଜି ପିନ୍ଧିଥିବା ଲୋକ

ବାଇଟ-୩-ଘନଶ୍ୟାମ ମହାକୁଡ଼ ( ଚାଷୀ) ମାଟିଆ ରଙ୍ଗର ଗଞ୍ଜି ପିନ୍ଧିଥିବା ଲୋକ

ଭିଓ-୨- ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଭାଙ୍ଗି ଯାଇଥିବା ଶୀତଳ ଭଣ୍ଡାର ର ମରାମତି କରିବା ସହ ଏହାକୁ ପୂର୍ଣ୍ଣକ୍ଷମ କରାଯିବ ବୋଲି କହିଛନ୍ତି ।

ବାଇଟ-୪- ଆଶିଷ ଠାକରେ ( ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.