କେନ୍ଦୁଝର: ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ। ଆଜି ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ।
ସୂଚନାଅନୁସାରେ, ଯୁବକ ଜଣକ ହେଲେ ଡମ୍ବୁରଧର ଦେହୁରୀ । ସେ ଚିକିତ୍ସାଳୟ ପରିସରରେ ଥିବା ଲଣ୍ଡ୍ରିରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଆଜି ସକାଳୁ ଉକ୍ତ ଲଣ୍ଡ୍ରି ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘରୋଇ କଳିକୁ ନେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ ।
ଉକ୍ତ ଯୁବକଙ୍କର ସ୍ତ୍ରୀ ଓ ଦୁଇଟି ସନ୍ତାନ ଅଛନ୍ତି । ଯୁବକ ଜଣଙ୍କ ମାନସିକ ରୋଗୀ ଥିବା ପରିବାର ଲୋକ କହିଛନ୍ତି । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତହେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିିଭି ଭାରତ