ETV Bharat / state

ଶଙ୍ଖ ଫୁଙ୍କିଲେ କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ କର

author img

By

Published : Feb 5, 2022, 10:09 PM IST

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସମ୍ପାଦକ ତଥା କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ କର ବିଜେଡି଼ରେ ମିଶିଛନ୍ତି । ଅଧିକ ପଢନ୍ତୁ

ଶଙ୍ଖ ଫୁଙ୍କିଲେ କଂଗ୍ରେସ ନେତା ସୂର୍ଯ୍ୟନାରାୟଣ କର

କେନ୍ଦୁଝର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲା ରାଜନୀତି ସେତେ ସରଗରମ ହେଉଛି । ନିଜ ଦଳ ଛାଡି ଏବେ ଶଙ୍ଖ ଫୁଙ୍କିବାକୁ ଲାଇନ ଲଗେଇଛନ୍ତି ନେତା । କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନାହିଁ । ଆଜି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସମ୍ପାଦକ ତଥା କଂଗ୍ରେସ ନେତା ସୂର୍ଯ୍ୟନାରାୟଣ କର ବିଜେଡି଼ରେ ମିଶିଛନ୍ତି ।

ସୂର୍ଯ୍ୟନାରାୟଣ ନିଜ ଶତାଧିକ ସମର୍ଥକଙ୍କ ସହ ରାଜ୍ୟ ବିଜେଡି଼ କାର୍ଯ୍ୟାଳୟରେ ରାଜ୍ୟ ସଂଗଠନ ସମ୍ପାଦକ ବବି ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶଙ୍ଖ ଫୁଙ୍କିଛନ୍ତି । ସୂର୍ଯ୍ୟନାରାୟଣ ବିଜେଡି଼ରେ ମିଶିବା ଫଳରେ ବହୁ ଯୁବ ବ୍ୟବସାୟୀ ଓ ଟ୍ରକ ମାଲିକ ତାଙ୍କ ସହ ବିଜେଡି଼ ସଂଗଠନ ସହ ଯୋଡି ହେବେ । ଏହା ବିଜେଡି଼କୁ ପଞ୍ଚାୟତ ନିର୍ଵାଚନ ଓ ଆସନ୍ତା ପୌରପାଳିକା ନିର୍ବାଚନ ପାର କରିବାରେ ବେଶ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଜିର ଏହି ମିଶ୍ରଣ ପର୍ଵରେ ଜିଲ୍ଲାର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଉପସ୍ଥିତ ଥିବା ବେଳେ ଢେଙ୍କିକୋଟ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଶେଖ ମୋବିନ ମଧ୍ୟ ବିଜେଡି଼ରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ଵ ପରେ ଜିଲ୍ଲା ରାଜନୀତି ସରଗରମ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.