ETV Bharat / state

ୱାଗନ ପ୍ୟାକିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଗୁରୁତର

ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ୱାଗନ ପ୍ୟାକିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷରୁ ୬ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ୱାାଗନ ପ୍ୟାକିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଗୁରୁତର

author img

By

Published : Sep 12, 2020, 7:07 PM IST

କେନ୍ଦୁଝର: ୱାଗନ ପ୍ୟାକିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ଗୁରୁତର । ଆହତମାନଙ୍କୁ ଯୋଡ଼ାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ୫ ଜଣ ଚିକିତ୍ସିତ ହେଉଥିବାବେଳେ ସନ୍ତୋଷ ସିଂହ ନାମକ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ୱାାଗନ ପ୍ୟାକିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଗୁରୁତର

ଖବର ମୁତାବକ ଗତକାଲି ସନ୍ଧ୍ୟାରେ ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂରେ ୱାଗନ ପ୍ୟାକିଂକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ବିଳମ୍ବିତ ରାତିରେ କମାରଯୋଡ଼ା ଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । କମାରଯୋଡ଼ାରେ ଥିବା କୁନା ପାତ୍ର ଓ ମୁନା ପାତ୍ରଙ୍କ ଘରେ ଆକ୍ରମଣ କରାଯାଇ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଘଟଣାରେ ୫ଟି ବାଇକ ଭାଙ୍ଗିରୁଜି ଯାଇଛି ।

ସେପଟେ ଗୋଷ୍ଠୀ ସଂଘର୍ଷ ସମ୍ପର୍କରେ ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କାହା ଉପରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଏହି ଘଟଣାର ସଂପୃକ୍ତ ଏକାଧିକ ବ୍ୟକ୍ତି ଫେରାର ଥିବା କୁହାଯାଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.