ETV Bharat / state

କୃଷି ଆଇନ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ - ସିଟୁର ବିକ୍ଷୋଭ

ଦିଲ୍ଲୀରେ ହେଉଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି କେନ୍ଦୁଝର ଠାରେ ସିଟୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

author img

By

Published : Feb 3, 2021, 9:41 PM IST

କେନ୍ଦୁଝର: କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ତିନୋଟି ଆଇନ ପ୍ରଣୟନ କରିଛନ୍ତି । ଏହି ତିନୋଟି ଆଇନ କୃଷକ ବିରୋଧୀ ବୋଲି ବହୁ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି । ଏଥିପାଇଁ ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ବିରୋଧ କରି ଆନ୍ଦୋଳନ ଚଳାଇ ଆସୁଛନ୍ତି କୃଷକମାନେ । ଆଜି ଆନ୍ଦୋଳନକୁ ସମର୍ଥନ କରି ସିଟୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

ସିଟୁର ଶତାଧିକ କର୍ମୀ ଏକ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ତିନୋଟି ଆଇନ ପ୍ରତ୍ୟାହାର କରିବା ଦାବିରେ ଆଇନ ସମ୍ପର୍କିତ କାଗଜକୁ ପଡ଼ିଥିଲେ କର୍ମୀମାନେ । ଏହି ଆଇନକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.