ETV Bharat / state

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୩ ବର୍ଷ ଶିଶୁର ଜୀବନ - କାନ୍ଥ ଭୁଶୁଡ଼ି ଚାଲିଗଲା ୩ ବର୍ଷ ଶିଶୁର ଜୀବନ

। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ପଣ୍ଡାପଡ଼ା ଥାନା ବୁଢ଼ାଖମଣ ଗାଁ ହାତୀମରାରେ ଅଘଟଣ । ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

child dies after wall collapses in keonjhar
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଶିଶୁର ମୃତ୍ୟୁ
author img

By

Published : Aug 5, 2023, 4:03 PM IST

କେନ୍ଦୁଝର: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ପଣ୍ଡାପଡ଼ା ଥାନା ବୁଢ଼ାଖମଣ ଗାଁ ହାତୀମରାରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗତକାଲି (ଶୁକ୍ରବାର) ରାତିରେ ମୁନା ମୁଣ୍ଡା ନିଜ ପରିବାର ସହ ଖାଇ ଶୋଇଥିଲେ । ବର୍ଷାପାଣିରେ ମାଟି କାନ୍ଥ ବତୁରି ରାତିରେ ଭୁଶୁଡ଼ି ଯାଇଥିଲା । କାନ୍ଥ ପଡ଼ିବା ଫଳରେ ଘର ଭିତରେ ଶୋଇଥିବା ମୁନା ମୁଣ୍ଡାଙ୍କ ୩ ବର୍ଷର ଶିଶୁପୁତ୍ର କରୁଣା ମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଫୁଲୁଛି ଲୁଣା ଓ ଚିତ୍ରୋତ୍ପଳା, କେନ୍ଦ୍ରାପଡା ଜିଲ୍ଲାର ୬୦ ଗାଁ ପ୍ରଭାବିତ

ତେବେ ଏହି ଅଘଟଣରୁ ଅନ୍ୟ ଏକ ଶିଶୁ କନ୍ୟା ଓ ପରିବାର ଲୋକେ ଅଳ୍ପକେ ବର୍ତି ଯାଇଥିଲେ । କାନ୍ଥ ପଡିବା ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ପରିଷଦ ଅଧକ୍ଷ ସାଗରିକା ସାହୁ, ହରିଚନ୍ଦନପୁର ବ୍ଲକ ଅଧିକାରୀ ଓ ପଞ୍ଚାୟତ ଅଧିକାରୀ ସବୁ ପହଞ୍ଚିଥିଲେ । ମୁନା ମୁଣ୍ଡାଙ୍କୁ ୩୦ ହଜାର ଟଙ୍କା ସହାୟତ ଦେବା ସହ ମୃତ ଶିଶୁର ମୃକତଦେହ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା । ମୁନାଙ୍କ କଚ୍ଚା ଘର ସହ ଉକ୍ତ ଗ୍ରାମରେ ଥିବା ଅନ୍ୟ କଚ୍ଚା ଘରକୁ ଭାଙ୍ଗି ବିଜୁ ପକ୍କା ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ପରିଷଦ ଅଧକ୍ଷ ପ୍ରତିଶୃତି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଏହା ମଧ୍ୟ ପଢ଼ନ୍ତୁ: ଜଳମୟ ଜଗତସିଂହପୁର, ୧୪ ଗାଁ ପ୍ରଭାବିତ

ଗତ ତିନି ଦିନ ହେବ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଜିଲ୍ଲା ତଳିଆ ଅଞ୍ଚଳ ମାନଙ୍କରେ ବହୁ କ୍ଷୟକ୍ଷତି ଘଟିଛି । ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ପାଟଣା, ସାହରପଡା, ଚମ୍ପୁଆ ଆଦି ବ୍ଲକଗୁଡ଼ିକରେ କିଛି ସ୍ଥାନରେ ପୋଲ ଉପରେ ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେନ୍ଦୁଝର ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳ ଆନନ୍ଦପୁର ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି । ବର୍ଷା ଯୋଗୁଁ କ୍ଷୟକ୍ଷତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଶ୍ଚିତ କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲାବେଳେ କିପରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ, ସେନେଇ ସଜାଗ ହୋଇଛି ପ୍ରଶାସନ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.