ETV Bharat / state

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର କଲେ ସମୀକ୍ଷା

author img

By

Published : Apr 20, 2023, 8:12 AM IST

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ । ଦିନିକିଆ ଗସ୍ତରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ । ଅଧିକ ପଢନ୍ତୁ

Chief Secretary Pradeep Jena visits Keonjhar

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି । ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ “ଆମ କଳିକା କେନ୍ଦ୍ର"କୁ ପ୍ରଶଂସା କରିବା ସହିତ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ।

ନିଜର ଦିନିକିଆ ଗସ୍ତରେ ପ୍ରଦୀପ ଜେନା ଧରଣୀଧର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବା ସହ କ୍ୟାମ୍ପସ୍ ବୁଲି ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ଶିକ୍ଷାର ସଦୁପଯୋଗ କରି ଭବିଷ୍ୟତରେ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ଵାନ ଜଣାଇଥିଲେ । ଭୂତତ୍ଵ ବିଭାଗର ଶିକ୍ଷାର୍ଥୀଙ୍କ ସାଙ୍ଗରେ ଆଲୋଚନା ସମୟରେ କେନ୍ଦୁଝର ଜିଲ୍ଲାରେ ଭୂତତ୍ଵ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ପାଇଁ ଭରପୁର ଉତ୍ସ ରହିଛି ଏବଂ ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ମୁଖ୍ୟ ଶାସନ ସଚିବ ଡିଏମଏଫ ଅନୁଦାନରେ ପୁରୁଣା ବଜାରଠାରେ ନବୀକୃତ ଗୋପାଳଜୀଉ ପାଠାଗାରର ଉଦ୍‌ଘାଟନ କରିଥିଲେ । ଏହି ପାଠାଗାର କେନ୍ଦୁଝର ଜିଲ୍ଲାର ମହାନ ସଂସ୍କୃତିରେ ଉଜ୍ଜ୍ବଳ ସ୍ବାକ୍ଷର ବହନ କରିବ ବୋଲି କହିଥିଲେ । ଏହାପରେ ସେ ସଦର ବ୍ଲକ ଅନ୍ତଗତ ମୁକୁନା ଗ୍ରାମ ପରିଦର୍ଶନ କରି ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ ( ଏ.ପି.ସି. ) ଦ୍ଵାରା କରାଯାଇଥିବା ପରିବା ଚାଷ ବୁଲି ଦେଖିଥିଲେ । ଏହି ଅବସରରେ ମହିଳା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ମହିଳା ଚାଷୀମାନେ ପାଉଥିବା ଲାଭ ସଂପର୍କରେ ଅବଗତ ହୋଇ ଆଗାମୀ ବର୍ଷମାନଙ୍କରେ କିପରି ଲାଭକୁ ବହୁଗୁଣିତ କରିପାରିବେ ସେଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ ।

ପରିବା ଚାଷ ନିମନ୍ତେ ଆବଶ୍ୟକୀୟ ଚେକ୍ ଡ୍ୟାମ୍ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ କହିଥିଲେ । ୫-ଟି ଉପକ୍ରମ ଅଧିନରେ ରୂପାନ୍ତରିତ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନା ପରିଦର୍ଶନ କରି ସେଠାରେ ସ୍ମାର୍ଟ ଶ୍ରେଣୀଗୃହ, ଆଇସିଟି ଲ୍ୟାବ, ବିଜ୍ଞାନଗାର ଏବଂ ସ୍କୁଲର ପାରିପାର୍ଶ୍ବକ ପରିବେଶ ନିରୀକ୍ଷଣ କରିବା ସହ ଏଭଳି ବିକଶିତ ଭିତ୍ତିଭୂମି ଶିକ୍ଷାର ବିକାଶ ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ମଧ୍ୟ ମୁଖ୍ୟ ଶାସନ ସଚିବ କଥାବର୍ତ୍ତା ହୋଇଥିଲେ ।

ଏହାପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଧରଣୀଧର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପରିଦର୍ଶନ କରିଥିଲେ । ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ତାଙ୍କୁ କଲେଜ ସଂପର୍କରେ ତଥ୍ୟ ଓ ଚିତ୍ର ଅବଗତ କରାଯାଇଥିଲା । ସେଠାରେ ବିଭିନ୍ନ ବିଭାଗ, ପ୍ରାକ୍ଟିକାଲ୍ ଗୃହ, ପାଠାଗାର ପରିଦର୍ଶନ କରିବା ସହିତ କଲେଜ କ୍ୟାମ୍ପସକୁ ପ୍ରଶଂସା କରିଥିଲେ ପ୍ରଦୀପ ଜେନା । ଏହି ଅବସରରେ ସେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ କହିଥିଲେ ।

ଧରଣୀଧର ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ଆଲୁମିନିଙ୍କ ସହ ବାର୍ତ୍ତାଳାପ କରିଥିଲେ । ବିଶ୍ବବିଦ୍ୟାଳୟର ସୁପରିଚାଳନା, କିପରି ଏହାକୁ ଏକ ମର୍ଯ୍ୟାଦା ସମ୍ପନ୍ନ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ ଏବଂ ଗବେଷଣାକୁ ଗୁରୁତ୍ଵ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରୁ ତୁଳସୀପୁର ଗ୍ରାମ ପରିଦର୍ଶନରେ ଯାଇ କ୍ରେଡ୍ ପରିଦର୍ଶନ କରି କର୍ମଜୀବୀ ଦମ୍ପତିମାନଙ୍କର ପିଲାମାନଙ୍କ କିପରି ଯତ୍ନ ନିଆଯାଉଛି ସେ ବିଷୟରେ ଅନୁଧ୍ୟାନ କରିଥିଲେ । ଶିଶୁମାନଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଘରେ କିପରି ସେମାନଙ୍କର ଯତ୍ନ ନିଆଯିବ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯିବ ସେ ବାବଦରେ ପିତାମାତାଙ୍କୁ ସଚେତନ କରାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷ, ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକତାର ପୂରଣ ସମ୍ପର୍କରେ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲ୍ଲାପାଳ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନଫରେନ୍ସ୍ ହଲ୍‌ ଠାରେ ମୁଖ୍ୟ ଶାସନ ସଚିବ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ ଜିଲ୍ଲାପାଳ । ଉକ୍ତ ସମୀକ୍ଷା ବୈଠକରେ କାପୁର ଜଳସେଚନ ପ୍ରକଳ୍ପର ଶେଷ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କିପରି ତୁରନ୍ତ ଶେଷ ହେବ ସେ ସଂପର୍କରେ ସମୀକ୍ଷା କରିବା ସହିତ ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପ, ୱାଟ୍‌କୋ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।

ଏତଦ୍‌ବ୍ୟତୀତ ଡି.ଏମ୍.ଏଫ୍ . ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ , ଶକ୍ତି , ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ , ଜିଲ୍ଲାପାଳ ଆଶିଷ ଠାକରେ , ଡି.ଏଫ.ଓ. ଧନରାଜ ଏଚ୍.ଡି. , ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ପ୍ରଦୀପ ଜେନା ଆନନ୍ଦପୁର ଉପଖଣ୍ଡ ବୀରେ ପରିଦର୍ଶନ କରି ସେଠାରେ ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପର ହେଡ୍‌ସ୍ ୱାର୍କସ୍ ସାଇଟ୍ ଦେଖିଥିଲେ ଏବଂ ପ୍ରକଳ୍ପର ଅଗ୍ରଗତି ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.