ETV Bharat / state

ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର

ଗାଈ ଚରାଇବାକୁ ଯାଇ ବଣୁଆ ହାତୀ ଆକ୍ରମଣରେ ଶଗଡପଟା ଗ୍ରାମର ଜଗନ୍ନାଥ ମହାପାତ୍ର ଗୁରୁତର । ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା । ଅଧିକ ପଢନ୍ତୁ...

ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର
ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର
author img

By

Published : Jul 30, 2020, 11:12 AM IST

କେନ୍ଦୁଝର:ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ଫରେଷ୍ଟ ଅନ୍ତର୍ଗତ ଶଗଡପଟା ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ଶଗଡପଟା ଗ୍ରାମର ଜଗନ୍ନାଥ ମହାପାତ୍ର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗନ୍ନାଥ ଘରକୁ ନଫେରିବା ଦେଖି ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ବଣୁଆ ହାତୀ ଆକ୍ରମଣରେ ଗାଈ ଚରାଳି ଗୁରୁତର

ବନ ବିଭାଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ପରେ ବର୍ତ୍ତମାନ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.