ETV Bharat / state

'ବୃକ୍ଷ ଗଙ୍ଗା' ଅଭିଯାନରେ ପରିବେଶ ସନ୍ତୁଳନର ବାର୍ତ୍ତା ଦେଲେ ରମେଶ

ପରିବେଶ ସୁରକ୍ଷା ରଖିବାକୁ ବ୍ରତ କରିଛନ୍ତି କେନ୍ଦୁଝରର ରମେଶ ସାର । ଏଥିପାଇଁ ଦୀର୍ଘ ସମୟ ଧରି ସେ 'ବୃକ୍ଷ ଗଙ୍ଗା' ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ସେ ଗାଁ ଗଣ୍ଡାରେ ନୂତନ ଗଛର ସମ୍ଭାର କରି ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାକୁ ସଂକଳ୍ପ ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 7, 2019, 7:56 PM IST

କେନ୍ଦୁଝର: ସହରରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ଚାଲିଛି । ଏଥିସହିତ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଫଳରେ ପରିବେଶ ନିଜ ସନ୍ତୁଳନ ହରାଉଛି । ପରିବେଶର ଏହି ଅସନ୍ତୁଳିତ ଅବସ୍ଥାକୁ ଦେଖି ମନୁଷ୍ୟ ଆସ୍ତେ ଆସ୍ତେ ଏହାର ସଚେତନ ହେବା ସହ ସରକାର ମଧ୍ୟ ଏଥିପାଇଁ ଯତ୍ନବାନ ହୋଇଛନ୍ତି । ଆଉ ଏହି ସଚେତନତା କାର୍ଯ୍ୟକ୍ରମରେ ଆଗଧାଡିରେ ରହିଛନ୍ତି କେନ୍ଦୁଝରର ରମେଶ ସାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଦୀର୍ଘ ସମୟ ଧରି ସେ 'ବୃକ୍ଷ ଗଙ୍ଗା' ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ସେ ଗାଁ ଗଣ୍ଡାରେ ନୂତନ ଗଛର ସମ୍ଭାର କରି ଚାଲିଛନ୍ତି । ପ୍ରତିବର୍ଷ ରମେଶ ନିଜସ୍ୱ ଦରମା ଟଙ୍କାରେ ବିଭିନ୍ନ ପ୍ରକାରର ଚାରା ଉତ୍ପାଦନ କରିଥାନ୍ତି । ଏହି ଚାରା କିପରି ଠିକ ଭାବେ ରୋପଣ ହେବ ଏବଂ ବୃଦ୍ଧି ପାଇବ ସେଥିପ୍ରତି ମଧ୍ୟ ସେ ଯତ୍ନବାନ ହୋଇଥାନ୍ତି ।

ତେବେ ରମେଶ ବୃକ୍ଷରୋପଣର ଏହି ସଚେତନ ବାର୍ତ୍ତା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି । ଏଥିପାଇଁ ସେ ବିଭିନ୍ନ କାର୍ଯ୍ୟର ଆୟୋଜନ କରିଥାନ୍ତି । ଚଳିତ ବର୍ଷ ବୃକ୍ଷ ଗଙ୍ଗା ଅଭିଯାନ ମାଧ୍ୟମରେ ଜଙ୍ଘିରା ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାମୁହିକ ଵୃକ୍ଷରୋପଣ କରଯାଇଥିଲା । କାର୍ଯ୍ୟକ୍ରମରେ ଉକ୍ତ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହି ଚାରାକୁ ରୋପଣ କରିବା ସହ ଏହା ବଢିବା ପର୍ଯ୍ୟନ୍ତ ଯତ୍ନବାନ ହେବେ ବୋଲି ପ୍ରତିଜ୍ଞା ନେଇଥିଲେ ।

ସେପଟେ କାର୍ଯ୍ୟକ୍ରମରେ ଉପସ୍ଥିତ ପଦ୍ମଶ୍ରୀ ଦୈତାରୀ ନାଏକ ବୃକ୍ଷ ଏକ ଅମୂଲ୍ୟ ସମ୍ପଦ, ଏହାକୁ ବଞ୍ଚାଇବାକୁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବୃକ୍ଷ ଗଙ୍ଗା ଅଭିଯାନରେ ସାମିଲ ହେଲେ ଶତାଧିକ ଛାତ୍ର ଛାତ୍ରୀ
Body:
ଆଙ୍କର- ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢିଚାଲିଛି । ଏହା ସାଙ୍ଗକୁ ତାପମାନ ମଧ୍ୟ ଭଢିବାରେ ଲାଗିଛି । ଏହି ପରିବେଶ ଅସୁନ୍ତଲନ ର ମୁଖ୍ୟ କାରଣ ହେଉଛି ବ୍ୟାପକ ଜଙ୍ଗଲ ନଷ୍ଟ । ମନୁଷ୍ୟ ତାର ସୁଖ ସ୍ୱାଚନ୍ଦ ପାଇଁ ଜଙ୍ଗଲ ନଷ୍ଟ କରିଚାଲିଛି । ଏହାର ପ୍ରଭାବ ସମ୍ପୂର୍ଣ୍ଣ ଜୀବ ଜଗତ ଉପରେ ପଡିଛି । ଏହି ପରିବେଶ ଅସୁନ୍ତଲନ କୁ ଦେଖି ମନୁଷ୍ୟ ଆସ୍ତେ ଆସ୍ତେ ପରିବେଶ ସଚେତନତା ଆଡ଼କୁ ଗତି କଲାଣି । ସରକାର ମଧ୍ୟ ଏହି ଦିଗରେ ଯତ୍ନବାନ ହେଲେଣି । ଏହି ପରିବେଶ ସୁରକ୍ଷାକୁ ନିଜରବ୍ରତ କରିଛନ୍ତି ରମେଶ ସାର । ସେ ଦୀର୍ଘ ବର୍ଷ ଧରି ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଗାଁ ଗଣ୍ଡାରେ ନୂତନ ଗଛ ର ସମ୍ଭାର କରିଚାଲିଛନ୍ତି । ପ୍ରତିବର୍ଷ ରମେଶ ସାର ନିଜସ୍ୱ ଦରମା ଟଙ୍କା ରେ ଲକ୍ଷାଧିକ ବିଭିନ୍ନ ପ୍ରକାରର ଚାରା ଉତ୍ପାଦନ କରିଥାନ୍ତି । ଏହି ଚାରା କିପରି ଠିକ ଭାବେ ରୋପଣ ହେବା ଶହ ବୃଦ୍ଧି ହେବା ପର୍ଯ୍ୟନ୍ତ ସେ ନେଇ ମଧ୍ୟ ଯତ୍ନବାନ ହେଇଥାନ୍ତି । ଛୋଟ ଛୁଆଙ୍କ ମଧ୍ୟରେ କିପରି ଵୃକ୍ଷ ରୋପଣ ନେଇ ସଚେତନତା ସୃଷ୍ଟି ହେବ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ବୃକ୍ଷ ଗଙ୍ଗା ଅଭିଯାନ ମାଧ୍ୟମରେ ଜଂଘିରା ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାମୁହିକ ଵୃକ୍ଷ ରୋପଣ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଉକ୍ତ ଅଞ୍ଚଳର ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଚାରକୁ ନେଇ ରୋପଣ କରିବା ସହ ବଢିବା ପର୍ଯ୍ୟନ୍ତ ଯତ୍ନବାନ ହେବେ ବୋଲି ପ୍ରତିଜ୍ଞା ନେଇଥିଲେ । ବୃକ୍ଷ ଏକ ଅମୂଲ୍ୟ ସମ୍ପଦ ଏହାକୁ ବଞ୍ଚାଇବାକୁ ଉଦ୍ୟମ କରିବାକୁ ପଦ୍ମଶ୍ରୀ ଦୈତାରୀ ନାଏକ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ର ଅଧିକାରୀ ଙ୍କ ସହ ବିଭିନ୍ନ ବର୍ଗ ର ଲୋକ ସାମିଲ ହୋଇଥିଲେ ।

ବାଇଟ-୧-ଅଙ୍କିତା ରାଣୀ ସାହୁ( ଛାତ୍ରୀ)

ବାଇଟ-୨- ପଦ୍ମଶ୍ରୀ ଦୈତାରୀ ନାଏକ

ବାଇଟ-୩- ସୁଶାନ୍ତ କୁମାର ପ୍ରଧାନ( ସଦର, ରେଞ୍ଜର)

ବାଇଟ-୪- ରମେଶ ଚନ୍ଦ୍ର ମିଶ୍ର( ଆୟୋଜକ, ବୃକ୍ଷ ଗଙ୍ଗା ଅଭିଯାନ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.