ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସମସ୍ତ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ଭାରତୀୟ ଜନତା ପାର୍ଟି କର୍ମୀମାନେ ଆନନ୍ଦପୁର ଶାଖା ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିନପାରି ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିବା, ବିନା ପରୀକ୍ଷଣରେ ୫-୧୦ କେଜି ଧାନ କଟା ଯିବା, ମଣ୍ଡିରେ ଚାଷୀ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା, ଚାଷୀଙ୍କ ଧାନ ନ କିଣି ଦଲାଲଙ୍କ ଧାନ କିଣିବା, ଚାଷୀଙ୍କୁ ବସ୍ତା ନ ଯୋଗେଇଦେବା ପ୍ରତିବାଦରେ ସୋମବାର ଉଭୟ ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏହି ବିକ୍ଷୋଭରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ଉପାଧ୍ୟକ୍ଷ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର, ଆଲୋକ ସେଠୀ, ଆନନ୍ଦପୁର ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି ନେତା ଏବଂ କର୍ମୀମାନେ ସାମିଲ ହୋଇଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ