ETV Bharat / state

ବେକାରୀରେ ଓଡିଶା ଦେଶରେ ନମ୍ବର-1: ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା

ବିଜେପିର ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଶତାଧିକ ଯୁବ ମୋର୍ଚା କାର୍ଯ୍ୟକର୍ତ୍ତା ସ୍ଥାନୀୟ ନଗର ଭବନ ଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ପହଞ୍ଚିଥିଲେ ।

BJP STRIKE INFRONT OF JILLAPALA OFFICE
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
author img

By

Published : Feb 20, 2020, 9:33 PM IST

କେନ୍ଦୁଝର: ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟକୁ 20 ବର୍ଷର ସ୍ଥିର ସରକାର ଦେବା ସମୟରେ ରାଜ୍ୟ ବେରୋଜଗାରୀ ସଂଖ୍ୟାରେ 1 ନମ୍ବରରେ ପହଁଚିଛି । ସରକାର ଏହି କଥାକୁ ବିଧାନସଭାରେ ଖୋଦ ମାନିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତେବେ ଏହି ବେରୋଜଗାରୀକୁ ବିରୋଧ କରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶତାଧିକ ଯୁବମୋର୍ଚା କାର୍ଯ୍ୟକର୍ତ୍ତା ସ୍ଥାନୀୟ ନଗର ଭବନ ଠାରୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହି ଅବସରରେ ଯୁବମୋର୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.