ETV Bharat / state

OSSC ନିଯୁକ୍ତିରେ ଦୁର୍ନୀତି, ବିରୋଧ କଲା କେନ୍ଦୁଝର ବିଜେପି - bjp

ଓଡ଼ିଶା ନିଯୁକ୍ତି ବିଭାଗର ଦୁର୍ନୀତିକୁ ନେଇ କେନ୍ଦୁଝର ବିଜେପିର ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ଦଳ । ଅଧିକ ପଢନ୍ତୁ...

OSSCରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତିକୁ ବିରୋଧ

author img

By

Published : Aug 6, 2021, 9:48 AM IST

କେନ୍ଦୁଝର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଏହା ପରେ ପରୀକ୍ଷାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜିଛି । ତେବେ, ଏହାକୁ ଦୃଢ ନିନ୍ଦା କରିବା ସହିତ କେନ୍ଦୁଝର ଜିଲ୍ଲା ବିଜେପି ତରଫରୁ ସହିଦ ସଦନ ନିକଟରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

OSSCରେ ନିଯୁକ୍ତିରେ ହୋଇଥିବା ଦୁର୍ନୀତିକୁ ବିରୋଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ରାଜ୍ୟ ସରକାରଙ୍କ ନିଯୁକ୍ତି ବିଭାଗରେ ହୋଇଥିବା ଦୁର୍ନୀତିକୁ ଖୁବଶିଘ୍ର ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ନ ହେଲେ ଆଗାମୀ ଦିନରେ ବିଜେପି ତରଫରୁ ଚକ ଅଖ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.