ETV Bharat / state

ପିଡିଏସରେ ଅନିୟମିତତା ନେଇ ବିଜେପି ପକ୍ଷରୁ ଦାବିପତ୍ର - ବିଜେପି ପକ୍ଷରୁ ଦାବିପତ୍ର

ନଭେମ୍ବର ୨୦୨୦ ବର୍ଷ ପାଇଁ କେନ୍ଦ୍ର ସରକାର ଯୋଗାଇଦେଇଥିବା ପିଡ଼ିଏସ ସାମଗ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ବିଜେପି ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ପିଡିଏସ ଅନିମିୟତା ନେଇ ବିଜେପି ପକ୍ଷରୁ ଦାବିପତ୍ର

author img

By

Published : Jan 18, 2021, 2:41 PM IST

ଆନନ୍ଦପୁର: କୋରୋନା ମହାମାରୀ ସମୟରେ ନଭେମ୍ବର ୨୦୨୦ ବର୍ଷ ପାଇଁ କେନ୍ଦ୍ର ସରକାର ଯୋଗାଇଦେଇଥିବା ପିଡ଼ିଏସ ସାମଗ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁରଙ୍କ ନେତୃତ୍ବରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପିଡିଏସ ଅନିମିୟତା ନେଇ ବିଜେପି ପକ୍ଷରୁ ଦାବିପତ୍ର

ଏହି ଦାବିପତ୍ରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଣାଇବା ସହ ଯଦି ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଆଯାଏ, ତେବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.