ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ମଦନପୁର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପରାମର୍ଶ କ୍ରମେ ଯୁବନେତା ଦେବାଶିଷ ପାତ୍ର, ବିଜେଡି ବ୍ଲକ ସଭାପତି ମନ୍ମଥ ରାଉତ, ମୋ ଓଡିଶା ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ଏବଂ ଅନେକ ଦଳୀୟ କର୍ମୀ ଯୋଗଦେଇ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇଥିଲେ ।
କୋରୋନା ଭଳି ମହାମାରୀ ସମୟରେ ଲୋକମାନେ କିଭଳି ସଚେତନ ରହିବା ସହିତ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବେ ସେ ବିଷୟରେ ସମସ୍ତଙ୍କୁ ସଚେତନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଥିଲା ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ