ETV Bharat / state

କେନ୍ଦ୍ରର ଜନମାରଣା ନୀତି ବିରୋଧରେ ବିଜେଡିର ଗଣ ଆନ୍ଦୋଳନ - ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ବ୍ଲକ, ୫ ପୌରପାଳିକା ଓ ଜିଲ୍ଲା ମୁଖ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣ ଆନ୍ଦୋଳନ

author img

By

Published : Feb 16, 2023, 10:59 PM IST

କେନ୍ଦ୍ର ଅନ୍ୟାୟ ବିରୋଧରେ ବିଜେଡିର ଗଣ ଆନ୍ଦୋଳନ

କେନ୍ଦୁଝର: କେନ୍ଦ୍ରର ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି । ୨୦ ହଜାର କୋଟି ଟଙ୍କା କମ କରାଯାଇଛି । ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି । କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯାଉଛି । ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ଦାବି କରିଛି ବିଜେଡି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ନୀତିରେ ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ୫ କେଜି ଚାଉଳ କାଟି ଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ ।

କେନ୍ଦ୍ର ଅନ୍ୟାୟ ବିରୋଧରେ ଗଣ ଆନ୍ଦୋଳନ କରୁଛି ରାଜ୍ୟରେ ଶାସକ ବିଜେଡି । ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକପତ୍ର ଦେଇଛି ବିଜେଡି । ୧୪ ତାରିଖରୁ ବିଜେଡି ଆନ୍ଦୋଳନ ଡାକରା ଦେଇଛି । ୧୫ ତାରିଖରେ ସମସ୍ତ ପଞ୍ଚାୟତ କାର୍ଯ୍ଯାଳୟରେ ଚାଷୀ ଯୋଗଦେଇ ଆନ୍ଦୋଳନ କରିସାରିଛି । ସେହିପରି ୧୬ ତାରିଖରେ ସମସ୍ତ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।

ଧାନ କିଣାରେ ତତ୍ପରତା , ଓଡିଶାର ଥିବା ବକେୟା ଅର୍ଥ ପ୍ରଦାନ ଏବଂ ଗରୀବ କଲ୍ୟାଣ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେବା ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ବ୍ଲକ, ୫ ପୌରପାଳିକା ଓ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ଶତାଧିକ ବିଜେଡି କର୍ମୀ ସ୍ଥାନୀୟ କାଳି ପଡ଼ିଆ ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ସଭାପତି ମାଧବ ସର୍ଦାର ଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ଜିଲ୍ଲାର ବହୁ ନେତା ଓ ଛାମୁଆ ସଂଗଠନର କର୍ମୀ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲାର ସାଂସଦ ଚନ୍ଦ୍ରାଣୀ ମୂର୍ମୁ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ପୂର୍ବତନ ନଗରପାଳ ମିନା ମାଝୀ, ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ସହ ବହୁ ନେତା ଯୋଗ ଦେଇ ଉଦବୋଧନ ଦେଇଥିଲେ । ତୁରନ୍ତ କେନ୍ଦ୍ର ସରକାର ଏହି ସମସ୍ତ ଦାବି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ଜିଲ୍ଲା ବିଜେଡି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.