ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଭଣ୍ଡାରିଡିହା ପଞ୍ଚାୟତରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇଥିଲେ ।
ନବୀନ ସରକାରଙ୍କ 5T କିପରି ସଠିକ ଅବଲମ୍ବନ ହୋଇପାରିବ ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ ସେ । ଏହି ପଦଯାତ୍ରାରେ ଜିଲ୍ଲା ସଭାପତି ବିମ୍ବାଧର ବିଶ୍ବାଳ, ବିଜେଡି ନେତା ରମାକାନ୍ତ ନାୟକ , ସରପଞ୍ଚ ବିଣାପାଣି ରାଉତ , ନିର୍ମଳ ରାଉତ ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ