ETV Bharat / state

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

ହରିଚନ୍ଦନପୁର ଥାନା ଅନ୍ତର୍ଗତ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି ।

author img

By

Published : Jun 1, 2019, 9:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ହରିଚନ୍ଦନପୁର ଥାନା ଅନ୍ତର୍ଗତ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଅନୁସାରେ, ଘଟଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ରବି ବେହେରାଙ୍କ ପୁଅ ବଗୁଲୁ ବେହେରା ଏକ ବାଇକରେ ଗ୍ରାମର ରାଧି ମୁଣ୍ଡାଙ୍କ ପୁଅ ବିଜୁ ମୁଣ୍ଡା(୨୨)ଙ୍କୁ ସାଙ୍ଗରେ ଆଣି ହରିଚନ୍ଦନପୁର ସାପ୍ତାହିକ ହାଟକୁ ଆସିଥିଲେ । ହାଟରୁ ଫେରୁଥିବା ବେଳେ ରେଲୱେ ଓଭରବ୍ରିଜ୍ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ରେଲୱେ ସୂଚନା ଫଳକରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ବାଇକରେ ବସିଥିବା ବିଜୁ ପାଖରେ ଥିବା ନାଳରେ ପଡିଯାଇଥିଲେ । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ। ବିଳମ୍ବ ହୋଇପାରେ କଳା ବାଣିଜ୍ୟ ପରୀକ୍ଷା ଫଳ। 

ବିଳମ୍ବ ହେଲେ ମଧ୍ୟ ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ବାତ୍ୟା ଓ ନିର୍ବାଚନ କୁ ଦୃଷ୍ଟି ରେ ରଖି ବିଳମ୍ବ ହୋଇଥିଲା ପ୍ଲସ ଟୁ ର ପରୀକ୍ଷା ଫଳାଫଳ। ତେବେ ଆସନ୍ତା ଜୁନ 3 ତାରିଖ କେବଳ ବିଜ୍ଞାନ ବିଷୟରେ  ପ୍ରକାଶ ପାଇବ। ଜୟଦେବ ଭବନରେ ଦିନ ୧୨ଟାରେ  ପ୍ରକାଶ ପାଇବ ଫଳ। Chseodisha.nic.inOdisharesults.nic.in ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ। ଚଳିତ ବର୍ଷ  +୨ ବିଜ୍ଞାନରେ ୯୯ ହଜାର ପିଲା ପରୀକ୍ଷା ଦେଇଥିଲେ।

ବାତ୍ୟା ଓ ନିର୍ବାଚନ କୁ ଦୃଷ୍ଟି ରଖି ପରୀକ୍ଷା ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା। ତେବେ ଆସନ୍ତା ଜୁନ 3 ତାରିଖ ରେ ବିଜ୍ଞାନ  ପରୀକ୍ଷା ଫଳ ବାହାରିବାକୁ ଯାଉଛି। ଏଥିରେ ବିଜ୍ଞାନ ରେ 99 ହଜାର18 ଜଣ, କଳା ରେ 2 ଲକ୍ଷ 35 ହଜାର 83,  ବାଣିଜ୍ୟ ରେ 27 ହଜାର 278,  ଧନ୍ଦାମୂଳକ 8 ହଜାର 58 ଜଣ ଛାତ୍ର ଛାତ୍ରୀ ଚଳିତବର୍ଷ ପରୀକ୍ଷା ଦେଇଥିଲେ। ଜୟଦେବ ଭବନ ରେ ମଧ୍ୟାହ୍ନ 12 ଟା ସମୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ। ଏହା ଛଡା କଳା ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଫଳାଫଳ ବାହାରିବାକୁ ବିଳମ୍ବ ହୋଇପାରେ ବୋଲି ପ୍ରଶାନ୍ତ କୁମାର ଦାସ ଉପ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

Byte- ପ୍ରଶାନ୍ତ କୁମାର ଦାସ ଉପ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.