ଅନୁଗୋଳ: ଅବହେଳିତ ବିଡ଼ି ଶ୍ରମକ । ସେମାନଙ୍କୁ ମିଳୁଥୁବା ସମସ୍ତ ସୁବିଧା ସୁଯୋଗକୁ ସରକାର ବନ୍ଦ କରିଦେଇଛନ୍ତି। ଏନେଇ ଅନୁଗୋଳ ଜିଲ୍ଲାର ବିଡ଼ି ଶ୍ରମିକମାନେ ପ୍ରତିବାଦ କରିଥିବା ଦେଖାଦେଇଛି । ଯେଉଁ ବିଡ଼ି କାମ କରି ସେମାନେ ଦିନେ ପେଟ ପୋଷୁଥିଲେ ତାକୁ ଏବେ ବନ୍ଦ କରିବାକୁ ବସିଛନ୍ତି ସରକାର। ଯାହା ଫଳରେ ଏବେ ସେମାନେ ଜୀବିକା ହରାଇବା ଭୟରେ । ଉତ୍କଳ ବିଡ଼ି ମଜଦୁର ସଙ୍ଘ ଡାକରାରେ ଅନୁଗୋଳ ଜିଲ୍ଲାର ବିଡ଼ି ଶ୍ରମିକ ମାନେ ପାଞ୍ଚ ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି ।
ସେମାନଙ୍କୁ ପୂର୍ବରୁ ଯେଭଳି ପୂର୍ବରୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲା ପ୍ରାଶାସନ ସହାୟତାରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ