ETV Bharat / state

ଭାରତ ବନ୍ଦରେ ଦେଶ ବିରୋଧି ନାରାକୁ ଜିଲ୍ଲା ଓକିଲ ସଂଘର ବିରୋଧ - ଭାରତ ବନ୍ଦରେ ଦେଶ ବିରୋଧି ନାରାକୁ ଜିଲ୍ଲା ଓକିଲ ସଂଘର ବିରୋଧ

ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏକୁ ବିରୋଧ କରି ବୁଧବାର କେନ୍ଦୁଝର ସହର ସ୍ଥିତ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ଏଥିରେ ଆନ୍ଦୋଳନକାରୀମାନେ ଦେଶ ବିରୋଧୀ ନାରା ଦେଇଥିଲେ । ଯାହାକୁ ଜିଲ୍ଲା ଓକିଲ ସଂଘ କଡା ବିରୋଧ କରିଛି ।

_bharat band in keunjhar
ଭାରତ ବନ୍ଦରେ ଦେଶ ବିରୋଧି ନାରାକୁ ଜିଲ୍ଲା ଓକିଲ ସଂଘର ବିରୋଧ
author img

By

Published : Jan 29, 2020, 6:21 PM IST

କେନ୍ଦୁଝର: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏକୁ ବିରୋଧ କରି ବୁଧବାର କେନ୍ଦୁଝର ସହର ସ୍ଥିତ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢିବା ପରେ ସିଏଏକୁ ବିରୋଧ କରିବାକୁ ଯାଇ ସେମାନେ ଦେଶ ବିରୋଧୀ ନାରା ଦେଇଥିଲେ । ଯାହାକୁ ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ବିରୋଧ କରିବାରୁ ଆନ୍ଦୋଳନକାରୀମାନେ ସହରବାସୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ଭାରତ ବନ୍ଦରେ ଦେଶ ବିରୋଧି ନାରାକୁ ଜିଲ୍ଲା ଓକିଲ ସଂଘର ବିରୋଧ

ଖବର ପାଇ ସହରବାସୀ ଏକାଠି ହୋଇ ଭାରତ ବନ୍ଦ ଡାକରାକୁ ବିରୋଧ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ । ଫଳରେ ଚପା ଉତ୍ତେଜନା ସୃଷ୍ଟି ହୋଇଥିଲା ।
ସହରବାସୀମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଦୁଇ ଜଣଙ୍କୁ ପୋଲିସକୁ ଜିମା ଦେଇଥିଲେ । ଉତ୍ତେଜନାକୁ ଦେଖି ପୋଲିସ ମଧ୍ୟ ୩୦ରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ।

ଏପଟେ ଦେଶ ବିରୋଧୀ ନାରାକୁ ଜିଲ୍ଲା ଓକିଲ ସଂଘ ମଧ୍ୟ କଡା ବିରୋଧ କରିଛି । ଭାରତ ବିରୋଧୀ ସ୍ଲୋଗାନକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓକିଲ ସଂଘ । ଏନେଇ ଟାଉନ ଥାନାରେ ମଧ୍ୟ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି । ଏଥିସହ ଉକ୍ତ ଦୋଷୀଙ୍କ ବିରୁଦ୍ଧରେ ଓକିଲାତିନାମା କେହି ନଭରିବାକୁ ସଙ୍ଘ ପ୍ରସ୍ତାବ ଆଗତ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଭାରତ ବନ୍ଦ ସମୟର ରେ ଦେଶ ବିରୋଧି ନାରା ଦେବାରୁ ଜିଲା ଓକିଲ ସଂଘର ବିରୋଧ, ଥାନା ରେ ମାମଲାBody:ଆଙ୍କର - ଆଜି ବହୁଜନ କାର୍ନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏ କୁ ବିରୋଧ କରି କେନ୍ଦୁଝର ସହର ସ୍ଥିତ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରିଥିଲେ । ଆନ୍ଦୋଳନକାରୀ ଙ୍କ ସଂଖ୍ୟା ବଢିବା ପରେ ସିଏଏ କୁ ବିରୋଧ କରିବାକୁ ଯାଇ ଦେଶ ବିରୋଧୀ ନାରା ଓ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇଥିଲେ । ଯାହାକୁ ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ବିରୋଧ କରିବାରୁ ଆନ୍ଦୋଳନ କାରୀ ମନେ ସହର ବାସୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ସହର ବାସୀ ଏକାଠି ହୋଇ ଭାରତ ବନ୍ଦ ଡାକରା କୁ ବିରୋଧ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ । ଏହା ଫଳରେ ଚପା ଉତେଜନା ସୃଷ୍ଟି ହୋଇଥିଲା । ସହରବାସୀ ମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇ ଥିବା ଦୁଇ ଜଣକୁ ପୋଲିସକୁ ଜିମା ଦେଇଥିଲେ । ଉତେଜନାକୁ ଦେଖି ପୋଲିସ ମଧ୍ୟ ୩୦ ରୁ ଉର୍ଦ୍ଧ୍ବ ଆନ୍ଦୋଳନ କାରୀଙ୍କୁ ଅଟକ ରଖିଛନ୍ତି । ଏହି ଦେଶ ବିରୋଧୀ ନାରାକୁ ଜିଲ୍ଲା ଓକିଲ ସଂଘ ମଧ୍ୟ କଡା ବିରୋଧ କରିଛି । ଭାରତ ବିରୋଧୀ ସ୍ଲୋଗାନକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓକିଲ ସଂଘ । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛି ଓକିଲ ସଂଘ । ଏହା ସହ ଉକ୍ତ ଦୋଷୀଙ୍କ ବିରୁଦ୍ଧରେ ଓକିଲାତିନାମା କେହି ନଭିରିବାକୁ ସଙ୍ଘ ପ୍ରସ୍ତାବ ଆଗତ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.