ETV Bharat / state

ଘରେ ପଶିଲା ଭାଲୁ, ଆତଙ୍କିତ ଲୋକେ

author img

By

Published : Mar 26, 2021, 12:55 PM IST

ଘସିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ପଞ୍ଚାୟତ ନରଦା ଗ୍ରାମର ବଳରାମ ଜେନାଙ୍କ ଘରେ ପଶିଛି ଭାଲୁ । ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ପହଞ୍ଚିବା ସହ ଠେଙ୍ଗା ବାଡି ଧରି ଭାଲୁକୁ ଘଉଡାଇଥିଲେ । ଅଧିକ ପଢନ୍ତୁ...

ଘରେ ପଶିଲା ଭାଲୁ, ଆତଙ୍କିତ ଲୋକେ
ଘରେ ପଶିଲା ଭାଲୁ, ଆତଙ୍କିତ ଲୋକେ

ଆନନ୍ଦପୁର: ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ପଞ୍ଚାୟତ ନରଦା ଗ୍ରାମର ବଳରାମ ଜେନାଙ୍କ ଘରେ ପଶିଛି ଭାଲୁ । ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ପହଞ୍ଚିବା ସହ ଠେଙ୍ଗା ବାଡି ଧରି ଭାଲୁକୁ ଘଉଡାଇଥିଲେ । ପରେ ଭାଲୁଟି ପଦାକୁ ବାହାରି ଗାଁ ଦାଣ୍ଡରେ ଏଣେତେଣେ ଦୌଡ଼ିବା ସହ ସ୍ଥାନୀୟ ନରଦା ଆଶ୍ରମ ସ୍କୁଲ ଭିତରକୁ ପଶି ଯାଇଥିଲା ।

ଘରେ ପଶିଲା ଭାଲୁ, ଆତଙ୍କିତ ଲୋକେ

ଶେଷରେ ଭାଲୁଟି ସ୍କୁଲ ପରିସରରୁ ବାହାରି ଜୀବନ ବିକଳରେ ଗାଁ ନିକଟରେ ଥିବା କାଜୁ ଜଙ୍ଗଲ ଭିତରକୁ ପଳାଇଥିଲା। ଗତ କିଛି ଦିନ ହେଲା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭୟରେ ଭାଲୁ ଗାଁ ମୁହାଁ ହେଉଛନ୍ତି ବୋଲି ଲୋକେ କହୁଛନ୍ତି । ଭାଲୁ ଗାଁରେ ଖୋଲା ମେଲାରେ ବୁଲୁଥିବାରୁ ସ୍ଥାନୀୟ ଗ୍ରାମର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ସଞ୍ଜ ହେଲେ ଭାଲୁ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.