ETV Bharat / state

ବାଉଁଶ କାରିଗରଙ୍କ ହାତରେ ଲକ ଡାଉନ କଡି - ବାଉଁଶ କାରିଗରଙ୍କ ହାତରେ ଲକ ଡାଉନ କଡି

କୋରୋନା କୋପରେ ଜର୍ଜରିତ ଧନୀରୁ ଗରିବ । କାହାର ସ୍ବାସ୍ଥ୍ୟବସ୍ଥାରେ ପ୍ରଭାବ ପକାଇଛି ତ ଆଉ କେଉଁଠି ଜୀବିକା ହରାଇ ଜୀବନ ଜୀଇଁବାର ନୂଆ ରାହାକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

କାରିଗରଙ୍କ ହାତରେ ଲକ ଡାଉନ କଡି
କାରିଗରଙ୍କ ହାତରେ ଲକ ଡାଉନ କଡି
author img

By

Published : Apr 11, 2020, 6:40 PM IST

କେନ୍ଦୁଝର: ଧନୀ ଗରିବ କାହାକୁ ଛାଡୁନି କାଳ ରୂପି କୋରୋନା । ସବୁଠି କୋରୋନା ଯନ୍ତ୍ରଣା । ଅଦିନିଆ ମେଘ ପରି ବର୍ଷି ସବୁ କିଛି ଉଜାଡି ଦେବାକୁ ବସିଛି । ସେପଟେ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଯାଇ ଏ ଲକ ଡାଉନ, ଏବେ ଅନେକଙ୍କ ନିଦ ହଜାଇଛି । କେବଳ ଗରିବ, ଶ୍ରମିକ ଦିନ ମଜୁରିଆ ନୁହଁନ୍ତି, ବାଉଁଶ କାରିଗରଙ୍କ ଜୀବନକୁ ବି ବିପଦକୁ ଠେଲି ଦେଇଛି କାଳରୂପୀ କୋରୋନା ।

ବାଉଁଶ କାରିଗରଙ୍କ ହାତରେ ଲକ ଡାଉନ କଡି

କେଉଁଝର କଣ୍ଟିପଡା ଗାଁରେ ରୁହନ୍ତି ଶହେ ଊର୍ଦ୍ଧ୍ବ ବାଉଁଶ କାରିଗର। ବାଉଁଶରୁ ତିଆରି ଡାଲା,ଟୋକେଇ, କୁଲା, ଝୁଡି ଆଦି ବିଭିନ୍ନ ଜିନିଷକୁ ହାଟରେ ବିକିଥାନ୍ତି । ଆଉ ସେଥିରୁ ଯେଉଁ 2 ପଇସା ରୋଜଗାର କରନ୍ତି ,ଏଥିରେ ତାଙ୍କର ତେଲ,ଲୁଣର ଘର ଚଳେ । ହେଲେ ଏବେ ଲକ ଡାଉନ ଯୋଗୁ ସେମାନେ ବାଉଁଶ ସଂଗ୍ରହ ପାଇଁ ନା ଜଙ୍ଗଲକୁ ଯାଇ ପାରୁଛନ୍ତି, ନାଁ ବିକିବାକୁ ହାଟ । ଫଳରେ ଏ ବାଉଁଶ କାରିଗରଙ୍କ ହାତ ବାନ୍ଧିଦେଇଛି ଲକ ଡାଉନ ।

ସେପଟେ, ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବାବେଳେ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହା କାରିଗରଙ୍କ ପାଇଁ ବୋଝ ଉପରେ ଲଲୀତା ବୀଡା ସଦୃଶ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.