କେନ୍ଦୁଝର: ଜିଲ୍ଲାର ଜୀବନରେଖା ହେଉଛି ବୈତରଣୀ ନଦୀ । କିନ୍ତୁ ମାଇନିଂ କାର୍ଯ୍ୟ ପାଇଁ ବୈତରଣୀ ନଦୀ ପ୍ରଦୂଷିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି । ଏବେ ଏହାକୁ ରୋକିବା ପାଇଁ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ବୈତରଣୀ ବଞ୍ଚାଅ ଅଭିଯାନ ।
ଦିନକୁ ଦିନ ଶୁଖୁଛି ଆଦ୍ୟ ଗଙ୍ଗାର ମାନ୍ୟତା ପାଇଥିବା ବୈତରଣୀ ନଦୀ । ଏହି ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଜନଜୀବନ ପ୍ରଭାବିତ ହେବାକୁ ଲାଗିଲାଣି । କିନ୍ତୁ ସରକାର ଏହାର ସୁରକ୍ଷା ପାଇଁ ଚିନ୍ତା ନକରି ଏହି ନଦୀର ଜଳକୁ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଇ ସ୍ଲରି ପାଇପ ଲାଇନକୁ ଯୋଗାଉଥିବା ନେଇ ଅଭିଯୋଗ ହୋଇଛି । ଅତ୍ୟଧିକ ମାଇନିଂ କାର୍ଯ୍ୟ ପାଇଁ ବୈତରଣୀ ନଦୀ ପ୍ରଦୂଷିତ ହେଉଥିବା ଅଭିଯୋଗ କରିଛି ବୈତରଣୀ ବଞ୍ଚାଅ ଅଭିଯାନ । ଏହି ସମ୍ମିଳନୀରେ ସ୍ଲରି ପାଇପ ଲାଇନ ପ୍ରୋଜେକ୍ଟ ବନ୍ଦ, ନଦୀକୁ ଦୂଷିତ ନକରିବା, କାନପୁର ଡ୍ୟାମ ଜଳ ଚାଷୀଙ୍କୁ ଦେବା ଆଦି ଦାବି ନେଇ ଆଲୋଚନା ହୋଇଥିଲା । ଏହି ଦାବି ଗୁଡିକ ସରକାର ନମାନିଲେ ବୈତରଣୀ ବଞ୍ଚାଅ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, କେନ୍ଦୁଝର