ETV Bharat / state

ବିପଦ ସଂକୁଳ ଅବସ୍ଥାରେ ବୈତରଣୀ ପୋଲ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Aug 27, 2020, 5:59 PM IST

ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଏନ୍ ଏଚ୍ 520 ବାସୁଦେବପୁର ବୈତରଣୀ ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ । ପ୍ରବଳ ବର୍ଷା ଫଳରେ ବୈତରଣୀର ବଢ଼ି ପାଣି ଖାଇ ରିମୁଳି ପଟୁ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାଖରୁ ରାସ୍ତା ତଳ ମାଟି ଧସେଇ ଯାଇଛି । ଫଳରେ ପୋଲର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି ।

ବିପଦ ସଂକୁଳ ଅବସ୍ଥାରେ ବୈତରଣୀ ପୋଲ, ଜନଜୀବନ ଅସ୍ତବ୍ୟସ୍ତ
ବିପଦ ସଂକୁଳ ଅବସ୍ଥାରେ ବୈତରଣୀ ପୋଲ, ଜନଜୀବନ ଅସ୍ତବ୍ୟସ୍ତ

କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଏନ୍ ଏଚ୍ 520 ବାସୁଦେବପୁର ବୈତରଣୀ ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ । ପ୍ରବଳ ବର୍ଷା ଫଳରେ ବୈତରଣୀର ବଢ଼ି ପାଣି ଖାଇ ରିମୁଳି ପଟୁ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାଖରୁ ରାସ୍ତା ତଳ ମାଟି ଧସେଇ ଯାଇଛି ।

ପୋଲ ନିକଟରୁ ମାଟି ଅତଡା ଖସିବା ଫଳରେ ପୋଲର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି । ସେପଟେ ତୁରନ୍ତ ପଦକ୍ଷେପ ନିଆଯାଇ ଏହାର ମରାମତି କାମ ଆରମ୍ଭ ହୋଇଛି । ଏନ୍ ଏଚ୍ କାମରେ ନିୟୋଜିତ ଥିବା ଠିକା ସଂସ୍ଥା ପକ୍ଷରୁ ମାଟି ଫିଲିଂ ଆରମ୍ଭ କରିଛି । ମାଟି ଫିଲିଂ ପରେ ଯାଇ ଗାଡ଼ି ଯାତାୟତ ହେବ ପ୍ରଶାସନ ପକ୍ଷରୁ ଜଣା ପଡ଼ିଛି ।

ଏନ୍ ଏଚ୍ 520 ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ, ଏକ ନୂତନ ପୋଲ ନିର୍ମାଣ ମଧ୍ୟ କରାଯାଉଛି । ଉକ୍ତ ପୋଲ ଉପରେ ପ୍ରତିଦିନ ହଜାର ହଜାର ଲୌହ ବୋଝେଇ ଟ୍ରକ ଚଳାଚଳ କରିଥିବା ବେଳେ ବଡ଼ବିଲ ଓ ଯୋଡ଼ାକୁ ସଂଯୋଗ କରିବାର ଗୋଟିଏ ହିଁ ରାସ୍ତା । ତେବେ ଏହି ପୋଲ ନିକଟରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦୁଝରରେ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.