ETV Bharat / state

‘ଘସିପୁରା ଅଞ୍ଚଳର ସମସ୍ତ ବିକାଶ କରିବି’

ବିଜୟ ପରେ ଶନିବାର ନବନିର୍ବାଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଆନନ୍ଦପୁର ଉପ ଜିଲ୍ଲାପାଳଙ୍କ ଠାରୁ ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର
author img

By

Published : May 25, 2019, 10:45 AM IST

ଆନନ୍ଦପୁର: ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଘସିପୁରା ନିର୍ବାଚନ ମଣ୍ଡଳୀ । ଏଠାରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ରେକର୍ଡ ୩୪୬୮୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ବିଜୟ ପରେ ଶନିବାର ନବ ନିର୍ବାଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଆନନ୍ଦପୁର ଉପ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟରେ ପହଞ୍ଚି ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ଅନେକ କର୍ମୀ ପହଞ୍ଚି ବଦ୍ରିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇ ଥିବାବେଳେ ବଦ୍ରି ଏହି ବିଜୟର ଶ୍ରେୟ ଘସିପୁରା ଜନସାଧାରଣ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହାସହ ଘସିପୁରା ଅଞ୍ଚଳର ସମସ୍ତ ବିକାଶ କରିବେ ବୋଲି କହିଛନ୍ତି ସେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.