ETV Bharat / state

ଅଟୋ ଓଲଟି ଡ୍ରାଇଭର ମୃତ, ମା’ ସହ 3 ଶିଶୁ ଗୁରୁତର

author img

By

Published : Mar 12, 2021, 7:56 PM IST

ଓଡିଶା ସୀମାନ୍ତ ଚମ୍ପୁଆ ନିକଟ ଝାଡ଼ଖଣ୍ଡରେ ଦୁର୍ଘଟଣା ଘଟିଛି । ଛଣପଦା ନିକଟରେ ଏକ ଅଟୋକୁ ଅଜଣା ଗାଡି ପଛପଟୁ ଧକ୍କା ଦେବାରୁ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଅଟୋ ଓଲଟି ଡ୍ରାଇଭର ମୃତ, ମା’ ସହ 3 ଶିଶୁ ଗୁରୁତର
ଅଟୋ ଓଲଟି ଡ୍ରାଇଭର ମୃତ, ମା’ ସହ 3 ଶିଶୁ ଗୁରୁତର

କେନ୍ଦୁଝର: ଓଡିଶା ସୀମାନ୍ତ ଚମ୍ପୁଆ ନିକଟ ଝାଡ଼ଖଣ୍ଡରେ ଦୁର୍ଘଟଣା ଘଟିଛି । ଛଣପଦା ନିକଟରେ ଯାତ୍ରୀବାହି ଅଟୋକୁ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଟୋ ଚାଳକ ଗୁରୁତର ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲା ବେଳେ ଅଟୋରେ ବସିଥିବା ମା ସହିତ ୩ ନାବାଳିକା ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଯାତ୍ରୀବାହି ଅଟୋ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ ଜଣେ ଗୁରୁତର

ଆହତ ସମସ୍ତଙ୍କୁ ତୁରନ୍ତ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଅଟୋ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆହତ ୩ ନାବାଳିକାଙ୍କ ପରିଚୟ ସଗୁନ ଭିଆଜ, ସାଗୁଫା ସାଦନ, ସାଜିଆ ପରବୀନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.